ଏହି କାରଣ ପାଇଁ ଚୀନ ଉପରୁ ବିଶ୍ୱାସ ହରାଉଛନ୍ତି ଅନ୍ୟ ଦେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚୀନ୍ ଉପରୁ ସମଗ୍ର ବିଶ୍ୱ ବିଶ୍ୱାସ ହରାଉଛି । ବିଶେଷକରି ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ବିଶ୍ୱରେ ସେତେ ବିଶ୍ୱାସଭାଜନ ନେତା ଭବେ ପରିଗଣିତ ହେଉନାହାନ୍ତି । କୋଭିଡ୍‌-୧୯ ପରବର୍ତ୍ତୀ ବିଶ୍ୱରେ ଏହି ସାଧାରଣ ମନୋଭବ ଯୁକ୍ତରାଷ୍ଟ୍ର ଆମେରିକାର ପିଉ ରିସର୍ଚ୍ଚ ସେଣ୍ଟର ଦ୍ୱାରା କରାଯାଇଥିବା ସର୍ଭେ ଏହା ସୁନିଶ୍ଚିତ କରିଛି । ଗତ ବର୍ଷେ ହେବ ଚୀନ୍ ବିପକ୍ଷରେ ଅଧିକ ପ୍ରତିକୂଳ ମତ ଆସିଥିବା ୧୪ଟି ଦେଶରେ କରାଯାଇଥିବା ଏହି ସର୍ଭେରୁ ଜଣାପଡିଛି । ପିଉ ରସର୍ଚ୍ଚ ସେଣ୍ଟରର ଏହି ସର୍ଭେ ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଜର୍ମାନୀ ନେଦରଲାଣ୍ଡସ, ସ୍ୱିଡେନ, ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣକୋରିଆ, ସ୍ପେନ୍ ଏବଂ କାନାଡା ପ୍ରଭୃତି ଦେଶରୁ ସର୍ବାଧିକ ନକାରାତ୍ମକ ମତାମତ ମିଳିଛି ।
ଏ ବର୍ଷ ଜୁନ୍ ୧୦ ରୁ ଅଗଷ୍ଟ ୩ ମଧ୍ୟରେ କରାଯାଇଥିବା ଏହି ସର୍ଭେରେ ୧୪,୨୭୬ ଜଣ ପ୍ରାପ୍ତବୟସ୍କ ଲୋକଙ୍କ ଠାରୁ ଟେଲିଫୋନ୍ ଯୋଗେ ମତ ଲୋଡା ଯାଇଥିଲା । ଗତ ଏକ ଦଶନ୍ଧି ହେବ ପିଉ ରସର୍ଚ୍ଚ ସେଣ୍ଟର ଏଭଳି ମତ ସଂଗ୍ରହ ପ୍ରକ୍ରିୟା ଚଳାଇ ଆସୁଛି । ପିଉ ରିସର୍ଚ୍ଚ ସେଣ୍ଟର କହିଛି, ଅଷ୍ଟ୍ରେଲିଆରେ ଚୀନ୍ ବିପକ୍ଷରେ ସବୁଠୁ ଅଧିକ ନକାରାତ୍ମକ ମତ ମିଳିଛି । ଏଥର ସେଠାରେ ୮୧ ପ୍ରତିଶତ ଚୀନ୍ ବିରୋଧରେ ମତ ଦେଇଛନ୍ତି । ଗତ ବର୍ଷ ଅପେକ୍ଷା ଏ ବର୍ଷର ନକାରାତ୍ମକ ମତ ୨୪ ପ୍ରତିଶତ ଅଧିକ । ଇଂଲଣ୍ଡରେ ଏକ ତୃତୀୟାଂଶ ଚୀନ୍ ବିପକ୍ଷରେ ମତ ଦେଇଥିବାରୁ ଗତବର୍ଷ ତୁଳନାରେ ନକାରାତ୍ମକ ମତ ୧୯ ପ୍ରତିଶତ ଅଧିକ ରହିଛି । ଚୀନ୍ ବିରୋଧରେ ବିଶ୍ୱବ୍ୟାପୀ ପ୍ରତିକୂଳ ମତ ବୃଦ୍ଧିପାଇଛି । ୧୪ଟି ଦେଶରେ ଚୀନ୍‌ର କରୋନା ଭାଇରସ୍ ନୀତି ଉପରେ କରାଯାଇଥିବା ପ୍ରଥମ ସର୍ଭେରେ ୬୧ ପ୍ରତିଶତ କହିଛନ୍ତି, ଚୀନ୍ ଭଲ କାମ କରିନାହିଁ ।
୭୮ ପ୍ରତିଶତ କହିଛନ୍ତି ଯେ, ବିଶ୍ୱବ୍ୟାପାରରେ ସି ଜିନ୍‌ପିଙ୍ଗଙ୍କ ଉପରେ ସେମାନଙ୍କର ଭରସା ନାହିଁ । ଜିନ୍‌ପିଙ୍ଗଙ୍କ ଜନପ୍ରିୟତା ମଧ୍ୟ ଖୁବ୍ ହ୍ରାସ ପାଇଥିବା ଏହି ସର୍ଭେରୁ ଜଣାପଡିଛି ।

Leave a comment