ସୀମାରେ ସୈନ୍ୟ ମୁତୟନ କରୁଛି ଚୀନ୍‌

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ସୀମାରେ ବିପୁଳ ସୈନ୍ୟ ମୁତୟନ କରୁଛି ଚୀନ୍‌ । ପୁଣି ସୃଷ୍ଟି ହୋଇପାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତଜନା । ଦ୍ୱିପାକ୍ଷିକ ରାଜିନାମାର ଏହା ଉଲ୍ଲଂଘନ ବୋଲି କହିଛି ଭାରତ । ଗତବର୍ଷ ପୂର୍ବ ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ଘଟିଥିବା ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଥିଲା । ଭାରତର ପ୍ରତିବାଦ ପରେ ଚୀନ କହିଛି ସୈନ୍ୟ ମୁତୟନ ଏକ ନିୟମିତ ପ୍ରକ୍ରିୟା ଓ ଅନ୍ୟାନ୍ୟ ବିପଦର ମୁକାବିଲା ଲାଗି ଉଦ୍ଦିଷ୍ଟ । ଚୀନର ଏହି ତଥାକଥିତ ଯୁକ୍ତି ପରେ ପୁଣି ଦୁଇ ଦେଶ ମଧ୍ୟରେ ଉତ୍ତଜନା ଦେଖାଦେବାର ଆଶଙ୍କା କରାଯାଉଛି । ବର୍ତ୍ତମାନ ବି ସୀମାରେ ସେହି ଢଙ୍ଗରେ ସୈନ୍ୟ ମୁତୟନ ଯୋଗୁ ଶାନ୍ତି ଓ ସ୍ଥିରତା ବାଧାପ୍ରାପ୍ତ ହୋଇପାରେ । ଚୀନର ଏହି ପଦକ୍ଷେପ ଦ୍ୱିପାକ୍ଷିକ ରାଜିନାମାକୁ ଉଲ୍ଲଂଘନ କରୁଛି ।

Leave a comment