ଚୀନର ଯୋଦ୍ଧ ବିମାନକୁ ଖସାଇଦେଲା ତାଇଓ୍ଵାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଚୀନର ଆକ୍ରମଣାତ୍ମକ ଅଭିମୁଖ୍ୟକୁ ନେଇ ସମଗ୍ର ଏସିଆରେ ଯୁଦ୍ଧ ପରିସ୍ଥିତି ଲାଗିରହିଛି। ଗୋଟିଏ ପଟେ ଲଦାଖରେ ଭାରତ ଓ ଚୀନସେନା ମୁହାଁମୁହିଁ ଥିବାବେଳେ ଅନ୍ୟପଟେ ତାଇଓ୍ଵାନ ଓ ଚୀନ ମଧ୍ୟରେ ସମ୍ପର୍କରେ ବିଗିଡ଼ିବାରେ ଲାଗିଛି।
ସୂଚନା ଅନୁସାରେ ତାଇଓ୍ଵାନର ଏୟାର ଡିଫେନ୍ସ ସିଷ୍ଟମ ଚୀନର ପିପୁଲ୍ସ ଆର୍ମି ଏୟାର ଫୋର୍ସର ଏକ ସୁଖୋଇ-୩୫ ଲଢୁଆ ବିମାନକୁ କ୍ଷେପଣାସ୍ତ୍ର ମାରି ଖସାଇଦେଇଛି। ଏହି ବିମାନଟି ତାଇଓ୍ଵାନର ବାୟୁସୀମା ଟପୁଥିବାବେଳେ ଏହି ଘଟଣା ଘଟିଥିଲା। ତାଇଓ୍ଵାନ ପକ୍ଷରୁ ବାରମ୍ବାର ଚେତାବନୀ ଦିଆଯାଇଥିଲେ ମଧ୍ୟ ଚୀନ ବିମାନ ଶୁଣିନଥିଲା। ଏହି ଘଟଣାକୁ ତାଇଓ୍ଵାନ ସରକାର ଏପର୍ଯ୍ୟନ୍ତ ସ୍ୱୀକାର କରିନାହାନ୍ତି। ତେବେ ତାଇଓ୍ଵାନର ରାଷ୍ଟ୍ରପତି ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି ।ଏହି ଘଟଣା ସତ ସାବ୍ୟସ୍ତ ହେଲେ ତାଇଓ୍ଵାନ ଓ ଚୀନ ମଧ୍ୟରେ ସଂପର୍କ ଆହୁରି ବିଗିଡ଼ିବାର ଆଶଙ୍କା ରହିଛି ।