ମଝି ଚିଲିକାରେ ଅଟକିଲା ଭସାପୋଲ: ଫସିଛନ୍ତି ୧୫୦ଯାତ୍ରୀ ଓ ୨ଟି ବସ୍

0

ମଝି ଚିଲିକାରେ ଫସିଗଲା ଭସାପୋଲ। ସାତପଡ଼ାରୁ ଜହ୍ନିକୁଦ ଯିବା ବେଳେ ମାହ୍ନିସା ଗାଁ ନିକଟରେ ଭସାପୋଲଟି ଅଟକି ଯାଇଛି। ଫଳରେ ଦୁଇଟି ବସ ସହିତ ପ୍ରାୟ ୧୫୦ ଯାତ୍ରୀ ଫସି ରହିଛନ୍ତି। ଯାତ୍ରୀଙ୍କ ମଧ୍ୟରେ ଏକାଧିକ ଶିଶୁ ରହିଛନ୍ତି। ପାଣି କମ୍ ଥିବାରୁ ଭସାପୋଲଟି ଅଟକି ରହିଥିବା ସୂଚନା ମିଳିଛି। ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Leave a comment