ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ସାଧାରଣ ଲୋକଙ୍କୁ ଗାଡି ଚଢାଇବା ଘଟଣା ନେଇ ବାଣପୁର ପୋଲିସ ତାଙ୍କୁ ଗିରଫ କରିଛି । ଲୋକଙ୍କ ପାଲଟା ଆକ୍ରମଣ ରେ ଆହତ ବିଧାୟକ ସମ ହସପିଟାଲରୁ ଡ଼ିସଚାର୍ଜ ହେବାପରେ ପୋଲିସ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ବିଧାୟକଙ୍କୁ ହାଜର କରିଥିବା ସୂଚନା ମିଳିଛି।
ସୂଚନା ଥାଉକି, ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକିୟା ଜାରି ରହିଥିବା ବେଳେ ସେଠାରେ ଶହ ଶହ ଲୋକେ ରୁଣ୍ଡ ହୋଇଥିଲେ । ଏହି ସମୟରେ ବିଧାୟକ ବ୍ଲକ ପରିସରକୁ ଗାଡି ନେଇ ଧସେଇ ପଶିଥିଲେ । ଭିଡ଼ ଭିତରେ ସେ ଗାଡି ନେବା ସମୟରେ ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଏଥିରେ ଅନେକ ପୋଲିସ କର୍ମଚାରୀ ଓ କିଛି ଲୋକ ଆହତ ହୋଇଥିଲେ ।