ରାତିରେ ଜନ୍ମ ହୋଇଥିବା ଶିଶୁ ହୋଇଥାନ୍ତି ଏହି ଗୁଣର ଅଧିକାରୀ

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୈାଣସି ବ୍ୟକ୍ତିର ଜନ୍ମ ସମୟ, ଦିନ, ମାସ ସେହି ବ୍ୟକ୍ତିର ଜୀବନ ସହିତ ଜଡିତ ତଥା ସେହି ବ୍ୟକ୍ତି ସହିତ ଜଡିତ କିଛି ଖାସ୍ କଥାକୁ ଉଳ୍ଲେଖ କରିଥାଏ। ଯେତେବେଳେ ବ୍ୟକ୍ତିର ଜାତକ ତିଆରି କରାଯାଏ ସର୍ବପ୍ରଥମେ ଏହି ସବୁ ବିଷୟରେ ପ୍ରଶ୍ନ ପଚରାଯାଇଥାଏ। ତାପରେ ଜାତକ ତିଆରି କରାଯାଇଥାଏ। ଏହି କଥାରୁ ଏହା ପ୍ରମାଣ ଦିଏ ଯେ, ବ୍ୟକ୍ତିର ଜନ୍ମର ସମୟ କାଳ ତା ଜୀବନ ଉପରେ କେତେ ପ୍ରଭାବ ପକାଇଥାଏ। ଆଜି ଆମେ କହିବାକୁ ଯାଉଛୁ ରାତିରେ ଜନ୍ମ ହେଉଥିବା ଶିଶୁ ବା ବ୍ୟକ୍ତି ସହିତ ଜଡ଼ିତ ଏହି ଖାସ୍ କଥା ଉପରେ।

୧. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାତିରେ ଜନ୍ମ ହେଉଥିବା ଶିଶୁ ବହୁତ ଦାର୍ଶନିକ ପ୍ରବୃତ୍ତିର ହୋଇଥାନ୍ତି। ଏମାନେ ସବୁବେଳେ କିଛି ନା କିଛି ଚିନ୍ତାରେ ହିଁ ମଗ୍ନ ଥାନ୍ତି।

୨. ଯେଉଁମାନେ ରାତିରେ ଜନ୍ମ ହୁଅନ୍ତି ସେମାନେ କୈାଣସି ସମସ୍ୟା ଭିତରେ ବୁଡ଼ି ରୁହନ୍ତି ନାହିଁ। ସମସ୍ୟାରୁ କିଭଳି ମୁକୁଳିବାକୁ ହେବ ସେମାନଙ୍କ ବେଶ୍ ଜଣା।

୩. ଏମାନଙ୍କ ବ୍ୟବହାର ବହୁତ କୁଶଳ ହୋଇଥାଏ। ଭବିଷ୍ୟତରେ ଏମାନେ ଜଣେ ଭଲ ବନ୍ଧୁ ହୋଇ ବାହାରନ୍ତି।

୪. ଏମାନେ ଆତ୍ମବିଶ୍ବାସରେ ଭରପୁର ଥାନ୍ତି। ଆତ୍ମବିା୍ବାସ ହେବା ଭଲ କଥା କିନ୍ତୁ ଅଧିକ ଆତ୍ମବିଶ୍ବାସ ହେବା ଦ୍ବାରା ଏମାନଙ୍କୁ ଲୋକେ ଠକିବାକୁ ଚେଷ୍ଟା କରନ୍ତୁ। ଅର୍ଥାତ୍ ଏମାନଙ୍କ ପ୍ରତି ପାଖ ଲୋକ ପାଖରେ ନକରାତ୍ମକ ଗୁଣ ଦେଖାଦିଏ।

୫. ଦୁନିଆଁରେ ସବୁ ଶିଶୁ ବା ବ୍ୟକ୍ତି ତା ମାକୁ ଭଲ ପାଏ। କିନ୍ତୁ ଯେଉଁ ଶିଶୁ ରାତିରେ ଜନ୍ମ ହୋଇଥାନ୍ତି ସେମାନେ ଅନ୍ୟମାନଙ୍କ ଠାରୁ ଅଧିକ ଭଲ ପାଇଥାନ୍ତି ବୋଲି ଶାସ୍ତ୍ର କୁହେ।

୬. କେବଳ ସେତିକି ନୁହେଁ, ରାତିରେ ଜନ୍ମ ହେଉଥିବା ଶିଶୁ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି। ଏମାନଙ୍କୁ ଗୀତ ଶୁଣିବାକୁ ବହୁତ ଭଲ ଲାଗେ।

Leave a comment