ଟ୍ରାଫିକ ଜାମ ନେଲା ଶିଶୁର ଜୀବନ
ଓଡିଶା ଫାଷ୍ଟ( ବ୍ୟୁରୋ): ଟ୍ରାଫିକ ଜାମ୍ ନେଲା ୫ବର୍ଷ ଶିଶୁର ଜୀବନ । ଏଭଳି ଘଟଣା ଆଜି ସାମ୍ନାକୁ ଆସିଛି ଖୋଦ୍ ଭୁବନେଶ୍ୱରରୁ । କଟକ ଏସ୍ସିବିରୁ ଶିଶୁଟିକୁ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବା ପରିବାର ଲୋକ ଆଣୁଥିବା ବେଳେ ଆମ୍ବୁଲାନ୍ସଟି ଭିଡ଼ ଭିତରେ ଫଶିଯାଇଥିଲା । ଆଉ ଭିଡ଼ ଭିତରୁ ବାହାରିବାକୁ ଦୀର୍ଘ ସମୟ ଲାଗିଥିଲା । ଫଳରେ ନିରୀହ ନିଷ୍ପାପ ଶିଶୁର ଜୀବନ ଚାଲିଯାଇଛି ।
ସୂଚନା ଅନୁଯାୟୀ, ପଟିଆ-ଜୟଦେବ ବିହାର ରାସ୍ତାରେ ଭିଡ଼ ଥିବାରୁ ଆମ୍ବୁଲାନ୍ସ ସଠିକ୍ ସମୟ ମଧ୍ୟରେ ହସ୍ପିଟାଲରେ ପହଞ୍ଚିପାରିନଥିଲା । ଶିଶୁ ପୁତ୍ରଟିର ବୟସ ୫ ବର୍ଷ ବୋଲି ଜଣାପଡ଼ିଛି । ଶିଶୁଟିର ପ୍ରବଳ ବାନ୍ତି ହେଉଥିବାରୁ ତାକୁ ମେଡିକାଲକୁ ନେଉଥିଲେ ପରିବାର ଲୋକ । ହେଲେ ଦୁର୍ଭାଗ୍ୟବସତଃ ଆମ୍ବୁଲାନ୍ସଟି ଭିଡ଼ ଭିତରେ ଫଶିବାରୁ ଶିଶୁପୁତ୍ରର ମୃତ୍ୟୁ ହୋଇଛି ।