ରାକ୍ଷୀ ପୂର୍ଣ୍ଣିମା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା; ନବୀନ ନିବାସକୁ ନ ଆସିବା ପାଇଁ କଲେ ଅନୁରୋଧ
ପବିତ୍ର ରାକ୍ଷୀ ପୂର୍ଣ୍ଣିମାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କୋଭିଡକୁ ଦୃଷ୍ଟିରେ ରଖି ଗହଳି ନକରି ଜନସାଧାରଣ ନିରାପଦରେ ରକ୍ଷା ବନ୍ଧନ ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ରକ୍ଷା ବନ୍ଧନ ପାଇଁ ନବୀନ ନିବାସକୁ ନଆସିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ରାକ୍ଷୀ ପୂର୍ଣ୍ଣିମା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ କୋଭିଡକୁ ଦୃଷ୍ଟିରେ ରଖି ନିରାପଦରେ ରକ୍ଷା ବନ୍ଧନ ପର୍ବ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ରାକ୍ଷୀ ବାନ୍ଧିବା ପାଇଁ ନବୀନ ନିବାସ ନ ଆସିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। #Odisha
— CMO Odisha (@CMO_Odisha) August 10, 2022
ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, “ରାକ୍ଷୀ ପୂର୍ଣ୍ଣିମାକୁ ନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । କୋଭିଡକୁ ଦୃଷ୍ଟିରେ ରଖି ନିରାପଦରେ ରକ୍ଷା ବନ୍ଧନ ପର୍ବ ପାଳନ କରନ୍ତୁ । ଏଥିସହ ରାକ୍ଷୀ ବାନ୍ଧିବା କେହି ନବୀନ ନିବାସ ନଆସିବାକୁ ଜନସାଧାରଣଙ୍କୁ ଅନୁରୋଧ ।”