ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ପରଲୋକକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଏହି ଘଟଣାକୁ ଦୁର୍ଭାଗ୍ୟଜନକ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ନବ ଦାସଙ୍କ ନିଧନରେ ହତବାକ ଓ ଦୁଃଖିତ ।
ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତର ମାନେ ସମସ୍ତ ବ୍ୟବସ୍ଥା କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ବଞ୍ଚାଇ ପାରିଲେନି । ସେ ସରକାର ଓ ଦଳ ପାଇଁ ଏକ ଅମୂଲ୍ୟ ସମ୍ପତ୍ତି ଥିଲେ ।
ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ସାଧାରଣ ଲୋକଙ୍କ ପାଇଁ ସେ ଅନେକ କିଛି ଉଦ୍ୟମ କରିଥିଲେ । ଜଣେ ନେତା ଭାବେ ସେ ବିଜୁ ଜନତା ଦଳର ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରିଥିଲେ । ସେ ଥିଲେ ତୃଣମୂଳ ସ୍ତରର ନେତା । ଦଳଗତ ଭାବେ ତାଙ୍କୁ ସମସ୍ତ ଭଲ ପାଉଥିଲେ । ଓଡ଼ିଶା ପାଇଁ ନବ ଦାସଙ୍କ ମୃତ୍ୟୁ ଏକ ବିରାଟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।