ମୁଖ୍ୟମନ୍ତ୍ରୀ ତାଙ୍କର ସାମ୍ବିଧାନିକ ଅଧିକାରକୁ କାହାକୁ ହସ୍ତାନ୍ତର କରିନାହାଁନ୍ତି: ପ୍ରସନ୍ନ ଆଚାର୍ଯ୍ୟ

0

୫ଟି ସଚିବଙ୍କ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ କହିଛନ୍ତି, କେନ୍ଦ୍ରର ଚିଠି ଏକ ସ୍ବଭାବିକ ପ୍ରକ୍ରିୟା । ନୂଆ କଥା କିଛି ନୁହେଁ । ଆଗରୁ ମଧ୍ୟ ଏକାଧିକ ଥର ଏମିତି ଘଟଣା ଘଟିଛି । ଏଇଟା ଶାସନ ବ୍ୟବସ୍ଥା ବା ସିଷ୍ଟମ ର ଗୋଟେ ପ୍ରକ୍ରିୟା । ଏଇଟା ସେମିତି କିଛି ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ । ଚିଠି କେବଳ ପ୍ରଶାସନିକ ବ୍ୟବସ୍ଥାର ଗୋଟେ ଅଂଶ ବିଶେଷ । କିଛି ଲୋକ କହୁଛନ୍ତି ପାୱାର ଡେଲିଗେଟ୍ ହେଉଛି । କିନ୍ତୁ ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରିନାହାନ୍ତି । ମୁଖ୍ୟମନ୍ତ୍ରୀ ବିଜେଡିର ସଭାପତି ହିସାବରେ ଦଳର କର୍ମୀଙ୍କୁ ଦାୟିତ୍ୱ ଦେଉଛନ୍ତି । ସେହିପରି ଶାସନର ମୁଖ୍ୟ ଭାବେ ସରକାରୀ କର୍ମକର୍ତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି ।

ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେବା ସମ୍ପୂର୍ଣ୍ଣ ସାମ୍ବିଧାନିକ । ସେ କାହାକୁ କ୍ଷମତା ହସ୍ତାନ୍ତର କରି ନାହାନ୍ତି । ସେହିଭଳି ପ୍ରସନ୍ନ କହିଛନ୍ତି ଯାହା ନିକଟରେ କୌଣସି ପ୍ରସଙ୍ଗ ନଥାଏ, ସେମାନେ ଏମିିତି କୁହନ୍ତି । ଡିଓପିଟି ଚିିଠି ଆସିବା ନୂଆ କଥା ନୁହେଁ । ଏଭଳି ଚିରାଚରିତ ଚିଠି ଆଗରୁ ଆସିଛି । ସରକାର ଲୋକଙ୍କ ନିକଟରେ ପହଁଚୁଛି ସେଥିଲେ ଲୋକ ଖୁସି । ଆଗାମୀ ନିର୍ବାଚନରେ ବିକାଶର ପ୍ରଭାବ ପଡିବ।

 

Leave a comment