ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି; ମିଳିବ ‘କାଳିଆ’ ଟଙ୍କା
ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି । ନୂଆଁଖାଇରେ ମିଳିବ ‘କାଳିଆ’ ଯୋଜନା ଟଙ୍କା । ପ୍ରତ୍ୟେକ ଚାଷୀଙ୍କୁ ମିଳିବ ୨୦୦୦ ଟଙ୍କା । ଚାଷୀଙ୍କ ଖାତାକୁ ଯିବ ମୋଟ ୮୬୯ କୋଟି ଟଙ୍କା । ଏହା ଦ୍ୱାରା ରାଜ୍ୟରେ ୪୧ ଲକ୍ଷ ଚାଷୀ ଉପକୃତ ହେବେ । କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଓ କିଛି ଭୂମିହୀନଙ୍କୁ ମିଳିବ କାଳିଆ ସହାୟତା ରାଶି । ପ୍ରକାଶ ଯେ, ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ୨୦୧୯ ଜାନୁଆରୀରୁ ଆରମ୍ଭ ହୋଇଛି କାଳିଆ ଯୋଜନା ।