ବାଲେଶ୍ୱର ଜିଲ୍ଳାପାଳଙ୍କୁ ଏସଆରସି କ୍ଷମତା ଦେଲେ ମୁଖ୍ୟମନ୍ତ୍ରୀ
ଓଡିଶା ଫାଷ୍ଟ ବ୍ୟୁରୋ: ରାଜ୍ୟରେ ବନ୍ୟା ପରିଚାଳନା ପାଇଁ ବାଲେଶ୍ୱର ଜିଲ୍ଳାପାଳଙ୍କୁ ଏସଆରସି କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଆଗକୁ ବାଲେଶ୍ବର ଜିଲ୍ଳାରେ ବଡ଼ ଧରଣର ବନ୍ୟା ହେବା ନେଇ ଆଶଙ୍କା କରାଯାଉଛି । ସୁବର୍ଣ୍ଣରେଖା ନଦୀରେ ବଡ଼ ଧରଣର ବନ୍ୟା ଆସିବା ନେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି । ଆଉ ବନ୍ୟା ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲ୍ଳାପାଳଙ୍କୁ ଏସଆରସି କ୍ଷମତା ପାଇଁ ନିର୍ଦେଶ ଦେଇଛନ୍ତି । ଏପରି ସମୟରେ ଅବଶ୍ୟକ ପଡ଼ିଲେ ଉଦ୍ଧାର ପାଇଁ ସ୍ବତନ୍ତ୍ର ହେଲିକପ୍ଟର ବ୍ୟବହାର କରିବାକୁ ନିର୍ଦେଶ ରହିଛି ।
ସୂଚନା ଥାଉକି ଗତ କିଛି ଘଣ୍ଟା ପୂର୍ବରୁ ଏସଆରସି ପ୍ରଦୀପ ଜେନା ମୟୂରଭଞ୍ଜ ଓ ବାଲେଶ୍ୱରରେ ବନ୍ୟା ନିଶ୍ଚିତ ହେବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।