ଛେରାପହଁରା କଲେ ଗଜପତି ମହାରାଜା

0

ରଥାରୁଢ ହୋଇ ସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ପହଣ୍ଡି ବିଜେ ପରେ ଆରମ୍ଭ ହୋଇଥିଲା ‘ଛେରାପହଁରା ନୀତି’। ସୁବର୍ଣ୍ଣ ଖଡିକା ଧରି ଛେରାପହଁରା କରିଥିଲେ ଗଜପତି ମହାରାଜା ଶ୍ରୀ ଦିବ୍ୟ ସିଂହ ଦେବ। ପାରମ୍ପରିକ ରୀତିରେ ଗଜପତି ଛେରା ପହଁରା କରନ୍ତି। ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ଛେରା ପହଁରା କରାଯାଏ। ଗଜପତି ମହାରାଜା ହେଉଛନ୍ତି ଆଦ୍ୟ ସେବକ। ରଥରେ ଦୋଳବେଦୀରେ ଗଜପତି ଛେରା ପହଁରା କରନ୍ତି। ରଥ ଉପରେ ମାଳଫୁଲ, ବେଶ ଓ ଚିତା ନୀତି ହୁଏ। ପରେ ପୁରୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରନ୍ତି।

ଆଜି ସକାଳ ୬ଟାରେ ମଙ୍ଗଳ ଆଳତି ହୋଇଛି। ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ମଙ୍ଗଳାର୍ପଣ ହୋଇ ପହଣ୍ଡି ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା। ଅପରାହ୍ନ ୧ଟାରେ ରଥକୁ ରାମକୃଷ୍ଣ, ମଦନମୋହନ ବିଜେ ପରେ ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ନୀତି ସରିଛି। ୪ଟା ସୁଦ୍ଧା ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି।

Leave a comment