ମେଡିକାଲ୍ କଲେଜରେ ନାମ ଲେଖାଇବାକୁ କହି ଠକେଇ: ୨ ଗିରଫ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ):ଏକ ଘରୋଇ ମେଡିକାଲ୍ କଲେଜ୍ରେ ନାମ ଲେଖାଇବାକୁ କହି ଠକେଇ ଅଭିଯୋଗ । ଜଣେ ଛାତ୍ରୀଙ୍କୁ ଠକେଇ ଅଭିଯୋଗରେ ୨ ଆନ୍ତଃରାଜ୍ୟ ଠକ ଗିରଫ ହୋଇଛନ୍ତି । ଦୁଇ ଠକ ହେଉଛନ୍ତି କୋଲକାତାର ଅମିତ ବାନାର୍ଜୀ ଓ ବିହାରର ବିକାଶ କୁମାର । ଉଭୟଙ୍କୁ ଇନ୍ଫୋସିଟି ଥାନା ପୋଲିସ ଗିରଫ କରିଛି । ଏହାସହିତ ସେମାନଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି।
ମେ ୫ ତାରିଖରେ ପଲ୍ଲବୀ ସାହା ନାମକ ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରିଥିଲା । ୩୦ ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ କରିଥିଲେ ପଲ୍ଲବୀ । ଗତ ୧୦ ବର୍ଷ ହେଲା ଦୁଇ ଠକ ଲୋକଙ୍କୁ ଠକୁଥବା ଜଣାପଡିଛି । ମେଡିକାଲ ପରୀକ୍ଷାର ରେଜଲ୍ଟ ଲିଷ୍ଟ ବାହାରିବା ପରେ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ କରୁଥିଲେ ।