ବାରିପଦାରେ ନବୀନଙ୍କ ବଡ଼ ଘୋଷଣା : ପ୍ରତିଷ୍ଠା ହେବ ଛଉ ନୃତ୍ୟ ଗବେଷଣା କେନ୍ଦ୍ର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନିକିଆ ମୟୁରଭଞ୍ଜ ଗସ୍ତ କରି ଛଉ ପଡ଼ିଆଠାରେ ଆୟୋଜିତ ସମାବେଶକୁ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୧ ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ୬ଟି ଯୋଜନାର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ହଜାର ହଜାର ମିଶନ ଶକ୍ତି ମହିଳାମାନେ ଯୋଗଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ସମାବେଶରେ ୪ଟି ବଡ଼ ଘୋଷଣା କରିଛନ୍ତି । ସେଗୁଡ଼ିକ ହେଲା ବାରିପଦାର କୋପରେଟିଭ ବ୍ୟାଙ୍କ ପୁନଃ କାର୍ଯ୍ୟକ୍ଷମ ହେବ ଏବଂ ଏଥିଲାଗି ରାଜ୍ୟ ସରକାର ଟଙ୍କା ଯୋଗାଇ ଦେବେ । ଏଥିସହ ବନ୍ୟାରୁ ରକ୍ଷା ପାଇବା ନିମନ୍ତେ ବାରିପଦାରେ ରିଙ୍ଗ ରୋଡ୍ ନିର୍ମାଣ, ଛଉ ନୃତ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା, ମୟୁରଭଞ୍ଜ ଆୟୁର୍ବେଦିକ କଲେଜକୁ ସରକାରୀ ମାନ୍ୟତା ଭଳି ୪ଟି ବଡ଼ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ବାରିପଦା, ମୋରଡ଼ା, ବଡସାହି, ବାଙ୍ଗିରିପୋଷି, ଉଦଳା ଓ ସାରସକଣା ର୍ନିବାଚନ ମଣ୍ଡଳୀ ଅଧୀନରେ ଥିବା ବ୍ଲକଗୁଡିକରୁ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇଥିଲେ ।
ସୂଚନା ଅନୁଯାୟୀ, ଆସନ୍ତା ରବିବାର ମୁଖ୍ୟନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଜେଏମଏମ ପକ୍ଷରୁ ବିରୋଧ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।