କମିଲା ଜଗା ଦର୍ଶନ ସମୟ, ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ସହରାଞ୍ଚଳରେ ଲାଗୁହେବ ନାଇଟ କର୍ଫ୍ୟୁ । ଏହାକୁ ଦୃଷ୍ଟିରେ ରଖି ପୁରୀ ଜଗନ୍ନାଥ ଦର୍ଶନ ସମୟ କୁ ଏକ ଘଣ୍ଟା କମ କରାଯାଇଛି । ଅର୍ଥାତ ପୂର୍ବରୁ ରାତି ୯.୩୦ମିନିଟ ପର୍ଯ୍ୟନ୍ତ ଜଗନ୍ନାଥ ଦର୍ଶନ ପାଇଁ ଶ୍ରୀମନ୍ଦିର କୁ ଯିବାକୁ ଅନୁମତି ଥିବା ବେଳେ ଆଜିଠାରୁ ଏହାକୁ ଏକ ଘଣ୍ଟା କମାଇ ଦିଆଯାଇଛି । ତେଣୁ ଆଜିଠାରୁ ୮.୩୦ ମିନିଟ ପର୍ଯ୍ୟନ୍ତ ଜଗନ୍ନାଥ ଦର୍ଶନର ଅନୁମତି ମିଳିବ । ଏନେଇ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସୂଚନା ପ୍ରଦାନ କରିଛନ୍ତି ।
ସେହିପରି କରୋନା ନୂଆ ଭେଟିଏଣ୍ଟ ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଭକ୍ତ ଏବଂ ସେବକ ମାନଙ୍କ ସୁରକ୍ଷା ଦୃଷ୍ଟିରୁ କିଛି ନୂତନ ନିୟମ ଲାଗୁ କରାଯିବା ନେଇ ବୁଦ୍ଧିଜୀବୀ ମାନେ ଆଶା ବ୍ୟକ୍ତ କରିଛନ୍ତି ।