ରଥ ଖଳା: ୧୦ ଜଣିଆ ଟିମ୍ ରଥ କାର୍ଯ୍ୟ ଯାଞ୍ଚ କଲେ

0

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଗେଇ ଚାଲିଛି ଶ୍ରୀବିଗ୍ରହଙ୍କ ତିନି ରଥର ନିର୍ମାଣ କାମ । ବଡ଼ପୋଟଳ ଉଠିବା ପରେ ଶନିବାର ତିନି ରଥରେ କଇଁଚି ବାଡ଼ିଆଯାଇଛି । ରଥଖଳାରେ ବିଶ୍ୱକର୍ମାମାନେ ରଥର କଳସ ତିଆରୁଛନ୍ତି । ରଥର ପୋଟଳ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୩ ପରସ୍ତରୁ ୧୧ ଟି ସରିଛି । ଆଗକୁ କେବଳ ପାରାଭାଡ଼ି ପ୍ରସ୍ତୁତ ହେବ ।

ପୁରୀ ରଥ ଖଳାରେ ରଥ କାର୍ଯ୍ୟର ଯାଞ୍ଚ କଲେ ୧୦ ଜଣିଆ ଟିମ୍ । ଆଞ୍ଚଳିକ ବନ ସଂରକ୍ଷକ ଓ ଡିଏଫଓ ସମେତ ୧୦ ଜଣିଆ ଟିମ୍ ଯାଞ୍ଚ କରିଛନ୍ତି । ୩ ରଥର କାର୍ଯ୍ୟ ଓ ସ୍ଥିତି ଯାଞ୍ଚ କରିଛନ୍ତି ୧୦ ଜଣିଆ ଟିମ୍ । ତେବେ ୩ ରଥ ପାଇଁ ୨୯ ଖଣ୍ଡ କାଠ ଅଧିକ ଯୋଗାଯାଇଥିବା ସୂଚନା ଦେଇଛନ୍ତି ।

ସେପଟେ ଶନିବାର କାମ ଶେଷ ସୁଦ୍ଧା ତିନି ରଥର ଆଗଆଣି ଢମକ ବାଡିଆ ପରେ ତିନି ରଥର ତୃତୀୟ ଭୂଇଁ ସଂଯୋଗ ପରେ ବଡ ଧାରା ପୋଟଳ ଉଠିଥିଲା । ତିନି ରଥର ବାକି ୧୨ଟି ପୋଟଳ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥର ଖପୁରୀ ଓ ପାରାଭାଡିକୁ ମିଶାଇ ମୋଟ ୧୩ ପରସ୍ତ ପୋଟଳ ପଡିଥାଏ । ୧୨ ପରସ୍ତ ପୋଟଳରେ ଯୋଖା କଣ୍ଟା ବାଡିଆ ଶେଷ ହୋଇଥିବା ବେଳେ ଏହା ରଥ ଉପରି ଅଂଶ ସଂଯୋଗ ପୂର୍ବରୁ ଚାରିପାଶ୍ୱର୍ରେ ବାଗିଆ କଣ୍ଟା ବସି ପୋଟଳ ସଂଯୋଗ ହେବ ।

Leave a comment