ରଥଖଳା: ଜୋରସୋରରେ ଚାଲିଛି ରଥ ନିର୍ମାଣ
ପୁରୀ : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣର ଆଜି ପଞ୍ଚମ ଦିନରେ ବିଶ୍ୱକର୍ମା, ଭୋଇ ଓ କରତି ସେବାୟତ ମାନେ ରଥର ତୁମ୍ବ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ସମୁଦାୟ ୫୦ ଜଣ ସେବାୟତ ଆଜି ରଥ ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଛନ୍ତି ।
ତିନିରଥ ପାଇଁ ୪୨ଟି ତୁମ୍ଵର ଆବଶ୍ୟକତା ଥିବାବେଳେ ୩୦ଟି ତୁମ୍ବ ବୋଳା କାର୍ଯ୍ୟ ସରିଛି। କରତିଆ ସେବାୟତ ମାନେ ରଥ କାଠକୁ ତୁମ୍ବ ଆକାରରେ ମେସିନ୍ ସାହାଯ୍ୟରେ ଚିରଟ କାର୍ଯ୍ୟ କରୁଥିବା ବେଳେ ତିନିରଥ ପାଇଁ ମହାରଣା ମାନେ ୩୦ ଟି ତୁମ୍ବ କାର୍ଯ୍ୟ ସାରିଛନ୍ତି। ଆସନ୍ତାକାଲି ସୁଦ୍ଧା ସମସ୍ତ ତୁମ୍ବ କାର୍ଯ୍ୟ ସାରିବା ପରେ ବିଧି ଅନୁଯାୟୀ ରଥ ନିର୍ମାର ସପ୍ତମ ଦିନ ଅର୍ଥାତ୍ ୯ ତାରିଖରେ ତୁମ୍ବରେ ସୂତା ବାଡିଆ କାର୍ଯ୍ୟର ଅନୁକୂଳ ହେବ ବୋଲି ମୁଖ୍ୟ ବିଶ୍ଵକର୍ମା କହିଛନ୍ତି ।