ଚାରିଧାମ ଯାତ୍ରା ଆରମ୍ଭ

0

ନୂଆଦିଲ୍ଲୀ : ଆରମ୍ଭ ହେବାକୁ ଯାଉଛି ଚାରିଧାମ ଯାତ୍ରା । ଏ ନେଇ ବ୍ୟାପକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବାରମ୍ବାର ଚେଷ୍ଟା ଚଳାଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଆଉ ଏନେଇ ପୁଣି ଗଣମାଧ୍ୟମକୁ ସମ୍ବୋଧନ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ।

ଭକ୍ତ ଓ ଭଗବାନଙ୍କ ମିଳନର ଯାତ୍ରା, ଚାରିଧାମ ଯାତ୍ରା । ଯାହାକୁ ନେଇ ଖୁବ ତତ୍ପରତା ଦେଖାଇ ଆସୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ତେବେ ଆଉ ମାତ୍ର କିଛି ଦିନର କଥା । ମେ ୩ରୁ ଆରମ୍ଭ ହେଉଛି ଚାରିଧାମ ଯାତ୍ରା । ଏଥିପାଇଁ ଉତ୍ତରାଖଣ୍ଡର ବଦ୍ରିନାଥ ରେ ୧୫ ହଜାର,ଗଙ୍ଗୋତ୍ରୀରେ ୭ ହଜାର ଓ ଯମୁନୋତ୍ରୀରେ ୪ ହଜାର ଯାତ୍ରୀଙ୍କୁ ଦର୍ଶନ ଅନୁମତି ଦିଆଯାଇଛି । ମେ ୩ରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀର ମନ୍ଦିର ଖୋଲିବାକୁ ଥିବା ବେଳେ ମେ ୮ରେ ଖୋଲିବ ବଦ୍ରିନାଥ ମନ୍ଦିର । ତେବେ ଭକ୍ତଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ନୂଆ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଧାମି ।

ସେପଟେ ଚାରିଧାମ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବେଶ ତତ୍ପରତା ଦେଖାଉଛନ୍ତି ଉତ୍ତରାଖଣ୍ଡ ସରକାର । ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କେଦାରନାଥ ଧାମ ବୁଲି ଚାରିଧାମ ଯାତ୍ରାର ବ୍ୟବସ୍ଥା ଗୁଡିକୁ ପରଖିଥିଲେ । ଯାହା ଯାତ୍ରୀଙ୍କ ଯାତ୍ରାକୁ ଅଧିକ ସୁବିଧାଦାୟକ କରିବ । କୋଭିଡ୍ ଯେଗୁଁ ବନ୍ଦ ରହିଥିଲା ଏହି ଚାରିଧାମ ଯାତ୍ରା । ତେବେ ଚଳିତ ବର୍ଷ ଆରମ୍ଭ ହେବାକୁ ଯାଉଛି ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ, ଚାରିଧାମ ଯାତ୍ରା । ଯାହାକୁ ନେଇ ବେଶ ଉତ୍ସାହିତ ଭକ୍ତମାନେ ।

Leave a comment