ନିର୍ବାଚନ ପୂର୍ବରୁ ବଡ଼ ଧରଣର ଆଇପିଏସ ଅଦଳ ବଦଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରତିଥର ପରି ଏଥର ମଧ୍ୟ ନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବରିଷ୍ଠ ଆଇପିଏସ ସୁନିଲ ରାୟଙ୍କୁ ଗୋଇନ୍ଦା ବିଭାଗ ସ୍ପେଶାଲ ଡିଜି, ଅମିତାଭ ଠାକୁରଙ୍କୁ ଏସଏପି ଆଇଜି, ବିଜୟା ନନ୍ଦ ଝା ଓଏଚଆରସି ନିର୍ଦ୍ଦେଶକ, ସଂଜୀବ ପଣ୍ଡା ଏଡିଜି ଆଇନ ଶୃଙ୍ଖଳା, ମହେନ୍ଦ୍ର ପ୍ରତାପ ଜେଲ ଏଡିଜି, ସିଦ୍ଧାର୍ଥ ନରଭଣେ ଏଡିଜି ଏଚଆରପିସି, ଏସ ସାଇନି ଆଇଜି ବିଜୁପଟ୍ଟନାୟକ ଏକାଡେମୀ, ହିମାଂଶୁ ଲାଲ କୋରାପୁଟ ରେଞ୍ଜ ଡିଆଇଜି, ଆଶିଷ ସିଂ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଇନଚାର୍ଜ ଦାୟିତ୍ୱ, ଆଶିଷ କୁମାର ସିଂ ଙ୍କୁ ଗୋଇନ୍ଦା ବିଭାଗ ଡ଼ିଆଇଜି, ଯତୀନ୍ଦ୍ର କୋଏ ଙ୍କୁ ବ୍ରହ୍ମପୁର ରେଞ୍ଜ ଆଇଜି, ସାର୍ଥକ ଷଡ଼ଙ୍ଗୀଙ୍କୁ ରାଉରକେଲା ଏସପି, ଉମାଶଙ୍କର ଦାସ ଙ୍କୁ ପୁରୀ ଏସପି, ସାରା ଶର୍ମା ଗଜପତି ଏସପି, ବିବେକାନନ୍ଦ ଶର୍ମା ଏଆଇଜି ପୋଲିସ ମୁଖ୍ୟାଳୟ, ରାହୁଲ ପିଆର କ୍ରାଇମବ୍ରାଞ୍ଚ ଏସପି, ଅନୁପମା ଜେମ୍ସ ଢେ଼ଙ୍କାନାଳ ଏସପି, ସର୍ବଣା ବିବେକଙ୍କୁ ରାୟଗଡ଼ା ଏସପି, ରାହୁଲ ଜୈନଙ୍କୁ ଦେବଗଡ଼ ଏସପି, ପଦ୍ମିନୀ ସାହୁ ଡିସିପି ହେଡକ୍ବାଟର, କୁଶାଲକର ନିତିନ ଡୁଗୁଡ଼ୁ ଙ୍କୁ ନବରଙ୍ଗପୁର ଏସପି, ପ୍ରତୁଷୁ ଦିବାକରଙ୍କୁ ରାଜ୍ୟପାଳଙ୍କ ଏଡିସି, ମାଧବ ଚନ୍ଦ୍ର ସାହୁଙ୍କୁ ଏଆଇଜି ପୋର୍ଶନେଲ,ଅମୁଲ୍ୟ ଦାସଙ୍କୁ ଖୋର୍ଦ୍ଧା ଏସପି, କେକେ ଡଙ୍ଗାୟତଙ୍କୁ କଟକ ରେଳବାଇ ଏସପି, ଦୀପିରଞ୍ଜନ ରାୟଙ୍କୁ କ୍ରାଇମବ୍ରାଞ୍ଚ ଏସପି, ସନ୍ତୋଷ କୁମାର ନାୟକଙ୍କୁ ଏସଆଇଡ଼ବ୍ଲୁ ଏସପି, ରାଧାବିନୋଦ ପାଣିଗ୍ରାହୀଙ୍କୁ କଟକ ଏସପି ଭାବରେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି।

Leave a comment