ଆଇଏଏସ ସ୍ତରରେ ଅଦଳବଦଳ, ଡେପୁଟେସନରୁ ଫେରିଲେ ସନ୍ତୋଷ କୁମାର ଷଡଙ୍ଗୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ ହୋଇଛି । ଦିଲ୍ଲୀ ଡେପୁଟେସନରୁ ଫେରିଛନ୍ତି ସନ୍ତୋଷ କୁମାର ଷଡଙ୍ଗୀ । ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱରେ ଥିବା ୧୯୯୩ ବ୍ୟାଚ୍ ଆଇଏଏସ ନିକୁଞ୍ଜ ଧଳଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଦିଲ୍ଲୀ ଡେପୁଟେସନରୁ ଫେରିଛନ୍ତି ୧୯୯୪ ବ୍ୟାଚ୍ ଆଇଏଏସ ସନ୍ତୋଷ କୁମାର ଷଡଙ୍ଗୀ ତାଙ୍କୁ ବିଜ୍ଞାନ ଓ କାରିଗରୀ ବିଦ୍ୟା ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି । ଅପରପକ୍ଷରେ ୧୯୯୫ ବ୍ୟାଚ୍ ଆଇଏଏସ ଅଫିସର ବିିଷ୍ଣୁ ପଦ ସେଠୀ ହେଲେ ରାଜସ୍ୱ ଓ ବିପର୍ଯୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ । ପୂର୍ବରୁ ଶ୍ରୀ ସେଠୀ ଶକ୍ତି ବିଭଗର ଦାାୟିତ୍ୱରେ ଥିଲେ ।