ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ

0

ଆନ୍ଧ୍ରପ୍ରଦେଶକୁ ପୁଣି ଫେରିଛି ନାଇଡୁ ସରକାର । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ବିଜୟୱାଡା କେସରପଲ୍ଲି ଆଇଟି ପାର୍କରେ ତାଙ୍କର ଶପଥ ଗ୍ରହଣ ସମାରୋହ ଆଜି ସାରା ଦେଶର ଦୃଷ୍ଟି କେନ୍ଦ୍ରିଭୂତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, ନୀତିନ ଗଡକରୀ ଓ ସାଉଥ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଉପସ୍ଥିତ ଥିଲେ ।

ଚତୁର୍ଥ ଥର ପାଇଁ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଚନ୍ଦ୍ରବାବୁ ଦେଶର ଧନୀ ନେତାଙ୍କ ମଧ୍ୟରୁ ଜଣେ । ନିର୍ବାଚନୀ ହଲପନାମା ଅନୁଯାୟୀ, ତାଙ୍କର ନେଟ୍ ଓର୍ଥ ୯୩୧ କୋଟିରୁ ଅଧିକ । ହେଲେ ତାଙ୍କ ଉପରେ ୧୦ କୋଟିର କରଜ ଥିବା ଉଲ୍ଲେଖ କରାଯାଇଛି । ଚନ୍ଦ୍ରବାବୁୁ ନାଇଡୁଙ୍କ ଅପେକ୍ଷା ତାଙ୍କ ପତ୍ନୀଙ୍କ ସମ୍ପତ୍ତି ଗତ ୫ ବର୍ଷରେ ଆଶାତୀତ ଭାବେ ବୃଦ୍ଧି ପାଇଛି । ଏହି ସମୟ ଭିତରେ ତାଙ୍କ ନେଟ୍ ଓର୍ଥ ୩୯ ପ୍ରତିଶତ ବଢିଛି । ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀ ଭୁବନେଶ୍ୱରୀଙ୍କ ପାଖରେ ସୁନା , ରୂପା ସହ ୩ କୋଟି ଟଙ୍କାର ଧାତୁ ଅଳଙ୍କାର ରହିଛି ।

ଦାଖଲ ହୋଇଥିବା ସମ୍ପତ୍ତି ତାଲିକା ଅନୁସାରେ ଚନ୍ଦ୍ରବାବୁ ନାଇଡୁଙ୍କ ପାଖରେ ୨୦୧୯ରେ ୬୬୮ କୋଟର ସମ୍ପତ୍ତି ଥିବାବେଳେ ୨୦୨୪ରେ ତାଙ୍କ ସମ୍ପତ୍ତି ୩୯ ପ୍ରତିଶତ ବଢିଛି । ଅର୍ଥାତ ଏହା ୯୩୧ କୋଟିରେ ପହଞ୍ଚିଛି । ତାଙ୍କ ଅଚଳ ସମ୍ପତ୍ତି ଗୁଡିକ ହାଇଦ୍ରାବାଦ ସହ ତାମିଲନାଡୁ ଓ ଚିତ୍ତୁରରେ ରହିଛି ।

Leave a comment