ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା!

0

ଭୁବନେଶ୍ୱର : ଆସନ୍ତା ୧୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ୭ରେ ଲଘୁଚାପ ସୃଷ୍ଟି ପରେ ୯ରେ ଅବପାତ ଓ ୧୧ରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
ପ୍ରଫେସର ପଶୁପାଳକ କହିଛନ୍ତି, ଆସନ୍ତା ୫ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୭ ସୁଦ୍ଧା ଲଘୁଚାପ ହେବ । ତେବେ ଲଘୁଚାପ ପରେ ଏହାର ଗତିପଥ କଣ ହେବ ଓ କେତେ ଘନୀଭୂତ ହେବ ସେ ନେଇ ପାଣିପାଗ ମଡେଲଗୁଡିକ ଭିନ୍ନ ପୂର୍ବାନୁମାନ କରୁଛନ୍ତି । ଲଘୁଚାପ ପରେ ଏହା ବିଶେଷ ଘନୀଭୂତ ହେବନି ବୋଲି ୟୁରୋପିଆନ୍‌ ମଡେଲ, ଅଷ୍ଟ୍ରେଲିଆନ୍‌ ମଡେଲ ଓ ଜର୍ମାନୀ ମଡେଲ ଆକଳନ କରିଛି । ଲଘୁଚାପ ପରେ ଏହା ପଶ୍ଚିମ ଆଡକୁ ଗତି କରି ତାମିଲନାଡୁ ଓ ସଂଲଗ୍ନ ଆନ୍ଧ୍ର କୂଳକୁ ଗତି କରିବ । ଏହା କ୍ରମଶଃ ଦୁର୍ବଳ ହୋଇଯିବ ।
ଏନ୍‌ସିଇପି ଓ ଜିଏଫଏସ୍‌ ମଡେଲ କହୁଛି, ୭ରେ ଲଘୁଚାପ ପରେ ୯ରେ ଅବପାତ ଓ ୧୧ରେ ବାତ୍ୟାରେ ପରିଣତ ହୋଇପାରେ । ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରକୁ ମୁହାଁଇବ । ପରେ ଏହା ଉତ୍ତରକୁ ଯାଇ ଦିଗ ପରିବର୍ତ୍ତନ କରି ମିଆଁମାର ଓ ବାଲାଂଦେଶ ଆଡ଼କୁ ଯିବ । ଦିଗ ନ ବଦଳାଇଲେ ଏହା ଦେଶର ପୂର୍ବ ଉପକୂଳ ଛୁଇଁବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

Leave a comment