ଚଣକ୍ୟ ନୀତି:ପିତାମାତା ସାନ୍ତାନଙ୍କ ଆଗରେ କରନ୍ତୁ ନାହିଁ ଏହିସବୁ ଭୁଲ ପିଲାଙ୍କ ଉପରେ ପଡ଼େ ଅନେକ ଖରାପ ପ୍ରଭାବ

ପ୍ରତିଟି ମାତା ପିତା ନିଜ ସନ୍ତାନ ଙ୍କୁ ସର୍ବଦା ଗୋଟିଏ ଭଲ ମଣିଷ କରିବା ପାଇଁ ଇଚ୍ଛା ରଖି ଥାଆନ୍ତି ।ଯାହା ତାଙ୍କୁ ସମାଜରେ ପ୍ରତିଷ୍ଠିତ କରିଥାଏ । କିନ୍ତୁ ଚାଣକ୍ୟ ଙ୍କ ନୀତି ଅନୁସାରେ ସମୟ ସମୟ ରେ ପିତାମାତା ଙ୍କ ର ଏପରି କିଛି ଗୁଣ ଥାଏ ଯାହା ସନ୍ତାନ ମାନଙ୍କ ଉପରେ ଖରାପ୍ ପ୍ରଭାବ ପକାଇ ଥାଏ ଓ ପିଲା ମାନଙ୍କୁ ଅବାଟ କୁ ନେଇ ଯାଇଥାଏ ।
ଆଜିର ଚାଣକ୍ୟ ନୀତିରେ ଏହା ବିଶ୍ଳେଷଣ ହୋଇଛି ଯେ ପିତା ମାତା ନିଜ ସନ୍ତାନ ସମ୍ମୁଖରେ କେଉଁ ସବୁ କାର୍ଯ୍ୟ କରିବା ଉଚିତ୍ ନୁହେଁ ।
* ସନ୍ତାନ ମାନଙ୍କ ସାମ୍ନାରେ ମିଛ କହିବା ଉଚିତ୍ ନୁହେଁ -:
ପିତା ମାତା କଦାପି ନିଜ ପିଲା ମାନଙ୍କ ସାମ୍ନା ରେ ମିଛ କହିବା ଉଚିତ୍ ନୁହେଁ । ଯଦି ପିଲାମାନେ ଆପଣଙ୍କ ମିଛ କୁ ଜାଣିଲେ ତେବେ ଏହାର ଖୁବ୍ ପ୍ରଭାବ ଆପଣଙ୍କ ସନ୍ତାନ ମାନଙ୍କ ଉପରେ ପଡ଼ିବ । ଆଗକୁ ପିଲା ମାନଙ୍କ ଭବିଷ୍ୟତ ଉପରେ ମଧ୍ୟ ପଡିପାରେ ।
* ଆଦର ଓ ସମ୍ମାନ କରିବା ଉଚିତ୍ –
ପିତା ମାତା ଉଭୟ ଉଭୟଙ୍କ ର ଆଦର ଓ ସମ୍ମାନ କରିବା ଆବଶ୍ୟକ । ତା ସହିତ ଘରର ଗୁରୁଜନ ମାନଙ୍କୁ ମଧ୍ୟ ଆଦର ସମ୍ମାନ କରିବା ଆବଶ୍ୟକ । ନଚେତ୍ ଏହାର ପ୍ରଭାବ ସନ୍ତାନ ମାନଙ୍କ ଉପରେ ପଡିଥାଏ ।
* କାହାର ଅପମାନ କରନ୍ତୁ ନାହିଁ – ଯଦି ପିତାମାତା ନିଜ ମଧ୍ୟରେ ଝଗଡ଼ା ଲାଗି ଉଭୟ ଉଭୟ ଙ୍କୁ ଅପମାନିତ କରୁଛନ୍ତି ଏହା ଠିକ୍ ନୁହେଁ । ଏହାର ପ୍ରଭାବ ଆପଣଙ୍କ ସନ୍ତାନ ମାନଙ୍କ ଉପରେ ପଡିଥାଏ । ଏହା ଗୋଟିଏ ପିଲାକୁ ଠିକ୍ ଭାବରେ ଗଢି ପାରି ନଥାଏ ।