ବନ୍ଧୁତା ମଧ୍ୟରେ ଫାଟ ସୃଷ୍ଟ କରେ,ଏହି କଥା କଣ କହୁଛି ଚାଣକ୍ୟଙ୍କ ନୀତିବାଣୀ

0

ପ୍ରସିଦ୍ଧ ନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ବହୁତ ପ୍ରସିଦ୍ଦ । ଚାଣକ୍ୟଜୀ ଏକ ନୀତିଶାସ୍ତ୍ର ରଚନା କରିଛନ୍ତି ଯେଉଁଥିରେ ସମାଜର ପ୍ରତ୍ୟେକ ବିଷୟରେ ଗଭୀର ଭାବେ ବିଶ୍ଲେଷର କରିଛନ୍ତି । କୁହାଯାଏ ଯିଏ ଚାଣକ୍ୟଙ୍କ ନୀତି କୁ ଜୀବନରେ ଲଗାଇଥାଏ ତାଙ୍କର କୌଣସି ଅସୁବିଧା ହୁଏନାହିଁ । ସେ ସର୍ବଦା ଜୀବନରେ ସଫଳ ହୋଇଥାଏ ।ମନୁଷ୍ୟ ଜୀବନରେ ବନ୍ଧତ୍ୱ ଏକ ବଡ଼ ଆବଶ୍ୟକତା ହୋଇଥାଏ । ହେଲେ ବେଳେ ବେଳେ କିଛି ସାଧାରଣ କଥା ଲାଗି ଏହି ବନ୍ଧୁତ୍ୱରେ ଫାଟ ସୃଷ୍ଟି ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟ ବନ୍ଧୁତା ସମ୍ପର୍କରେ ଏମିତି କିଛି କଥା କହିଛନ୍ତି ଯାହାକୁ ପାଳନ କଲେ କେବେ ବି ଆପଣଙ୍କ ବନ୍ଧୁତା ମଧ୍ୟରେ ଫାଟ ସୃଷ୍ଟି ହେବ ନାହିଁ ।

ଚାଣକ୍ୟ କହିଛନ୍ତି ଯେ ଏମିତି କ’ଣ କଥା ଅଛି ଯେ ଘନିଷ୍ଟ ବନ୍ଧୁତା ମଧ୍ୟରେ ଫାଟ ସୃଷ୍ଟି କରିଥାଏ । ଚାଣକ୍ୟ କୁହନ୍ତ ପ୍ରତ୍ୟେକ ସମ୍ପର୍କରେ କିଛି ମର୍ଯ୍ୟାଦା ରହିଛି । ମିତ୍ରତାରେ ମଧ୍ୟ ଏକ ମର୍ଯ୍ୟାଦା ରହିଛି । ହେଲେ ଯେତେବେଳେ ଆମେ ସେହି ମର୍ଯ୍ୟାଦାକୁ ଭୂଲି ଯାଉ ବନ୍ଧୁତା ଭାଙ୍ଗିଯାଏ । ପ୍ରତ୍ୟେକ ସମ୍ପର୍କରେ ମାନ ସମ୍ମାନ ଜରୁରୀ ହୋଇଥାଏ ।

ସେହିପରି ମିତ୍ରତାରେ ମଧ୍ୟ ଗାରିମା କଥା ଲାଗୁ ହୋଇଥାଏ । ମିତ୍ର ଓ ମିତ୍ରତା ମଧ୍ୟରେ ଆଦର ଭାବ ହେବା ଜରୁରୀ । ଯେବେ ଏଥିରେ କମ୍‌ ଦେଖାଯାଏ ମିତ୍ରତା କମ୍‌ଜୋର ହୋଇଥାଏ । ମିତ୍ରତାରେ କେବେ ସ୍ୱାର୍ଥ ଓ ଲାଳସା ରଖିବା ଉଚିତ ନୁହେଁ । ସ୍ୱାର୍ଥୀ ବ୍ୟକ୍ତି ସହ କେହି ବନ୍ଧୁତା ରଖିବାକୁ ଚାହାଁନ୍ତି ନାହିଁ । ତେଣୁ ପ୍ରତି ବ୍ୟକ୍ତିଙ୍କୁ ଲୋଭ ଠାରୁ ଦୂରରେ ରହିବା ଦରକାର ।

ଚାଣକ୍ୟ କୁହନ୍ତି ମିଛର ଖମ୍ବ ଉପରେ କୌଣସି ବି ମିତ୍ରତା ତିଷ୍ଟି ରହିପାରେ ନାହିଁ । ମିତ୍ରତାରେ ମଧ୍ୟ ମିଛର ସ୍ଥାନ ନାହିଁ । ତେଣୁ ବ୍ୟକ୍ତି ମିଛ କହିବା ଅନୁଚିତ୍‌ । ନୀତି ଶାସ୍ତ୍ର ଅନୁସାରେ ମିତ୍ରତା ର ମୂଳ ସ୍ତମ୍ବ ହେଉଛି ଭରଷା । ଯେତେବେଳେ ମିତ୍ରତାରେ ଭରଷା ଓ ବିଶ୍ୱାସ କମିଯାଇଥାଏ ମିତ୍ରତା ଭାଙ୍ଗିଯାଇଥାଏ । ଚାଣକ୍ୟଙ୍କ ଏହି କଥା ମାନିଲେ କେବେ ବି ମିତ୍ରତାରେ ଫାଟ ସୃଷ୍ଟି ହେବ ନାହିଁ ।

Leave a comment