ମଣିଷକୁ ଦାରିଦ୍ର୍ୟତା ଆଡକୁ ଠେଲିଦିଏ ଏହି ୪ଟି ଅଭ୍ଯାସ, ଆଜି ହିଁ ସୁଧାରନ୍ତୁ

0

ଗରୁଡ ପୁରାଣ ବୈଷ୍ଣବ ସମ୍ପ୍ରଦାୟ ସମ୍ବନ୍ଧିତ ଏକ ମହାପୁରୁଣା। ଏହା ସନାତନ ଧର୍ମରେ ମୃତ୍ଯୁ ପରେ ସଦ୍ଗତି ପ୍ରଦାନ କରିଥାଏ ବୋଲି କୁହାଯାଏ। ତେଣୁକରି ସନାତନ ହିନ୍ଦୁ ଧର୍ମରେ ମୃତ୍ଯୁ ପରେ ଗରୁଡ ପୁରାଣ ଶୁଣିବାର ନିୟମ ରହିଛି। ଏହି ପୁରାଣର ଅଧିଷ୍ଠାତା ଦେବତା ଭଗବାନ ବିଷ୍ଣୁ ରହିଛନ୍ତି। ତେଣୁ ଭକ୍ତି, ଜ୍ଞାନ, ବୈରାଗ୍ଯ, ସଦାଚାର, ନିଷ୍କାମ କର୍ମ ଏବଂ ମହିମା ସହିତ ଯଞ୍ଜ, ଦାନ, ତପ, ତୀର୍ଥ ଆଦି ଶୁଭକର୍ମରେ ସର୍ବସାଧାରଣକୁ ପ୍ରବ୍ତ୍ତ କରିବା ପାଇଁ ଅନେକ ଲୌକିକ ଏବଂ ପରଲୌକିକ ଫଳର ବର୍ଣ୍ଣନା କରାଯାଇଛି। ଏହି ପୁରାଣରେ କେଉଁ କର୍ମ ବ୍ଯକ୍ତି ଜୀବନରେ ଦରିଦ୍ରତା ଆଣିଥାଏ, ତାହା ବର୍ଣ୍ଣନା କରାଯାଇଛି।

ମଇଳା କପଡା ପିନ୍ଧିବା: ଗରୁଡ ପୁରାଣ ମୁତାବିକ, ଯଦି କୌଣସିବ୍ଯକ୍ତି ମଇଳା ଏବଂ ଅପରିଷ୍କାର କପଡା ପିନ୍ଧିଥାଏ, ତେବେ ମାତା ରୋଷ କରନ୍ତି। ତେଣୁ ଯେଉଁଠି ସଫା ସୁତରା ରହିଥାଏ, ସେଠାରେ ଲକ୍ଷ୍ମୀ ବାସ କରନ୍ତି।।
ଅନ୍ଯର ଭୁଲ ଦେଖିବା: ଗରୁଡ ପୁରାଣ ମୁତାବକ, ଯେଉଁ ଲୋକ ସବୁବେଳେ ଅନ୍ଯର ଭୁଲ୍ ଦେଖନ୍ତି, ଆଉ ସେମାନଙ୍କୁ ଦୋଷ ଦିଅନ୍ତି, ସେମାନଙ୍କ ଜୀବନରେ ମଧ୍ୟ ଦରିଦ୍ରତା ଆସିଥାଏ।

ସକାଳୁ ଡେରି ପର୍ଯ୍ଯନ୍ତ ଶୋଇବା: ଗରୁଡ ପୁରାଣ ମୁତାବକ, ଯଦି କୌଣସି ବ୍ଯକ୍ତି ସୂର୍ଯ୍ଯୋଦୟ ପରେ ମଧ୍ୟ ବିଳମ୍ବ ଯାଏ ଶୋଇଥାଏ, ସେହି ବ୍ଯକ୍ତି ଜୀବନରେ ଯେତେ ଚେଷ୍ଟା କଲେ ମଧ୍ୟ ଅଗ୍ରଗତି କରିପାରେ ନାହିଁ।

ପଇସା ପାଇଁ ଗର୍ବ କରିବା : ଗରୁଡ ପୁରାଣ ମୁତାବକ, ଯଦି କୌଣସି ବ୍ଯକ୍ତି ନିଜର ଧନକୁ ନେଇ ଗର୍ବ କରିଥାଏ, ଏପରି ଲୋକର ବୌଦ୍ଧିକ କ୍ଷମତା ଦୁର୍ବଳ ହୋଇଥାଏ। ଏମିତି ଲୋକ ନିଜ ପଇସାକୁ ବେକାର ଜିନିଷରେ ଖର୍ଚ୍ଚ କରି ଦରିଦ୍ରତାକୁ ଡାକିଥାନ୍ତି।

Leave a comment

You cannot copy content of this page