ପୋଲିସ୍ ଗୁଳିରେ ଅପରାଧୀ ଚକରା ଆହାତ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର। ଖଣ୍ଡଗିରି ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଏନକାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଗୁରୁତର । ଚକରାକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ହାଇସ୍କୁଲ ପଡ଼ିଆରେ 6ରୁ 7ଜଣ ଏକାଠି ହୋଇଥିବା ଖବର ପାଇଥିଲା ପୋଲିସ ।

ଚଢାଉ ବେଳେ ପୋଲିସ ଟିମକୁ ଗ୍ୟାଙ୍ଗର ସଦସ୍ୟମାନେ ଆକ୍ରମଣ କରିଥିଲେ । ଗୁଳିଚାଳନା କରିବା ସହ ପୋଲିସ ଉପରକୁ ବୋମା ପକାଇଥିଲେ । ପ୍ରତି ଜବାବରେ ପୋଲିସ ଗୁଳି ଚାଳନା କରିଥିଲା । ଚକରା ଦେହରେ ଗୁଳି ବାଜିଥିଲା, ଅନ୍ୟମାନେ ଫେରାର ହୋଇଥିଲେ ।

Leave a comment