ଓଡିଆ ଚଳଚ୍ଚିତ୍ର ‘ଚକ୍ଷୁ ବନ୍ଧନ’ର ସ୍ବତନ୍ତ୍ର ସ୍କ୍ରିନିଂ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍କର୍ଷ ଓଡିଶା ୨୦୨୧ ଦ୍ବାରା ଅୟୋଜିତ ଓଡ଼ିଆ ଚଳଚ୍ଚିତ୍ର ଉତ୍ସବରେ ୨୦୨୦-୨୧ ପାଇଁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଚକ୍ଷୁ ବନ୍ଧନର ସ୍ବତନ୍ତ୍ର ସ୍କ୍ରିନିଂ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୌଳିକ ଓଡ଼ିଆ କାହାଣୀକୁ ଅନୀଶ ଏଣ୍ଟରଟେନମେଣ୍ଟ ଦ୍ବାରା ପ୍ରସ୍ତୁତ ଏହି ଚଳଚ୍ଚିତ୍ର ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ଦର୍ଶକଙ୍କ ଯୋଗୁଁ ବେଶ ଆଦୃତି ପାଇପାରିଛି ।
ତପନ କୁମାର ଦାଶଙ୍କ ପ୍ରଯୋଜିତ ଓ ଯୁବ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ମହନ୍ତଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୩ଟି ପୁରସ୍କାର ପାଇଛି। ବଙ୍ଗୀୟ ଅଭିନେତ୍ରୀ ଇଶାନୀ ସେନଗୁପ୍ତା ଶ୍ରେଷ୍ଠ ମହିଳା ଆଣ୍ଟଗୋନିଷ୍ଟ ପୁରସ୍କାର ଓ ନାୟିକା ଭୂମିକା ଦାଶ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଅନୀଶ ଏଣ୍ଟରଟେନମେଣ୍ଟର ଆଉ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ମାୟାବୀ ଓ ଆୟମାରମ୍ଭ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସ୍କ୍ରିନିଂ ଅବସରରେ ଘୋଷଣା କରାଯାଇଛି।