ଆସନ୍ତାକାଲି ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚକଅଖ ଜାମର ଡାକରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଷାନ ୟୁନିଅନର ଡାକରା ଅନୁଯାୟୀ କୃଷି ଆଇନକୁ ବିରୋଧ କରି ନବ ନିର୍ମାଣ କୃଷକ ସଂଗଠନ ଆସନ୍ତାକାଲି ଚକଅଖ ଜାମର ଡାକରା ଦେଇଛି। ଆସନ୍ତାକାଲି ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ୨୨ରୁ ୨୩ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯିବ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କରାଯାଇଛି। ରାସ୍ତାରେ ବିକ୍ଷୋଭ କରିବା ସହ କେନ୍ଦ୍ର ସରକାର କୃଷକମାନଙ୍କ ଉପରେ କରୁଥିବା ଅତ୍ୟାଚାର ବିଷୟରେ ବୁଝାଯିବ ବୋଲି ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି।

Leave a comment