ଚଳିତ ଚୈତ୍ର ନବରାତ୍ରି ରେ ରହିଛି ଅପୂର୍ବ ଯୋଗ, ଏହି ଜିନିଷ ଘରକୁ ଅଣନ୍ତୁ ହେବ ମା ଲକ୍ଷ୍ମୀଙ୍କ କୃପା

0

ଚଳିତ ବର୍ଷ ଚୈତ୍ର ମାସ ନବରାତ୍ରି ଅପ୍ରେଲ ମାସ ୨ ତାରିଖ ରୁ ଆରମ୍ଭ ହେଉଛି । ଆମ ହିନ୍ଦୁ ପରମ୍ପରା ଅନୁସାରେ ଚୈତ୍ର ମାସର ଅନେକ ମହତ୍ୱ ରହିଛି । ନବରାତ୍ରି ପାର୍ବତୀ ସନାତନ ଧର୍ମରେ ଖୁବ ମହତ୍ୱ ରଖିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହିଦିନ ପୂଜାପାଠ କରିବାର ବିଶେଷ ମହତ୍ୱ ରହିଥାଏ ଓ ତା ସହିତ ନବରାତ୍ରି ସମୟ ରେ ବିଶେଷ ଭାବରେ ଚୈତ୍ର ମାସରେ ଏପରି କିଛି ଜିନିଷ ଘରକୁ ଆଣିବା ଜରୁରୀ ଅଟେ ଯାହାଦ୍ୱାରା ମା ଦୁର୍ଗା ଙ୍କ କୃପା ଲାଭ ହୋଇଥାଏ ।

* ମାଟି ରେ ତିଆରି ଘର – ନବରାତ୍ରି ସମୟ ରେ ମାଟିରେ ତିଆରି ଛୋଟ ଘରଟିଏ ଘରକୁ ଆଣିବା ନିହାତି ଆବଶ୍ୟକ । ତାହାକୁ ପୂଜା ଘରେ ମା ଦୁର୍ଗାଙ୍କ ଫଟୋ ନିକଟ ରେ ସ୍ଥାପନା କରିବା ଉଚିତ । ଏହାଦ୍ୱାରା ଘର ପରିବାରରେ ସୁଖଶାନ୍ତି ରହିବ ଓ କଳହ ଦୂର ହେବ । ଏପରି କରିବା ଦ୍ୱାରା ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

* ରୂପା ଜିନିଷ – ଯେଉଁ ବ୍ୟକ୍ତିମାନେ ନିଜର ଆର୍ଥିକ ସ୍ଥିତିକୁ ମଜବୁତ କରିବାକୁ ଚାହୁଁଛନ୍ତି ସେମାନେ ନିଜ ସାମର୍ଥ୍ୟ ଅନୁସାରେ ଯେ କୌଣସି ରୁପାର ବସ୍ତୁ ଘରକୁ ଆଣି ପାରିବେ । ରୁପା ଜିନିଷ ଆଣି ଦୁର୍ଗା ଙ୍କୁ ସମର୍ପଣ କରିବା ଦ୍ୱାରା ଦୁଃଖ କଷ୍ଟ ଦୂର ହୋଇଥାଏ ।

* ସଧବା ସାମଗ୍ରୀ – ଯଦି ଆପଣ ନିଜର ଓ ନିଜ ପରିବାରର ସୌଭାଗ୍ୟ କାମନା କରୁଛନ୍ତି ତେବେ ନବରାତ୍ରି ର ନବମ ଦିନରେ ମାଙ୍କ ନିକଟରେ ଶଙ୍ଖା, ସିନ୍ଦୁର, ଅଳିତା, ନାଲି ଶାଢ଼ୀ ଅର୍ପଣ କରନ୍ତୁ ।

* ରକ୍ଷା ସୂତ୍ର – ଯଦି ଆପଣ ନିଜ କାର୍ଯ୍ୟରେ ବାରମ୍ବାର ବିଫଳ ହେଉଛନ୍ତି ତେବେ ନବରାତ୍ରି ର ଯେ କୌଣସି ଗୋଟିଏ ଦିନ ମା ଦୁର୍ଗା ଙ୍କ ନିକଟରେ ରକ୍ଷା ସୂତ୍ର ଆଣି ଅର୍ପଣ କରନ୍ତୁ । ଏହାଦ୍ୱାରା ଆପଣ ନିଜ କାର୍ଯ୍ୟରେ ସଫଳତା ଲାଭ କରିବା ସହ ଉନ୍ନତି କରିବେ ।

* ପତାକା – ନିଜ କାର୍ଯ୍ୟରେ ଦକ୍ଷତା ହାସଲ ଓ ବିଜୟ ଲାଭ କରିବାକୁ ଯଦି ଚାହୁଁଛନ୍ତି ତେବେ ନବରାତ୍ରି ରେ ଘରକୁ ନାଲି ପତାକା ଆଣନ୍ତୁ । ନବମୀ ଦିନ ଏହାକୁ ନେଇ ମା ଦୁର୍ଗାଙ୍କ ମନ୍ଦିରରେ ଲଗାଇ ଦିଅନ୍ତୁ ଏହାଦ୍ୱାରା ଆପଣ ଜୀବନ ରେ ସଫଳତା ଲାଭ କରିବେ ।

Leave a comment