ବିଜେଡି ବିଧାୟକଙ୍କୁ ଚେୟାର ଓ ପାଣି ପାଉଚ ମାଡ଼

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୀର୍ଘ ଦିନଧରି ବେଗୁନିଆର ଚାପିହୋଇ ରହିଥିବା ରାଜନୈତିକ ବିବାଦ ହାଟରେ ପଡି ବାଟରେ ଗଡ଼ିଲାଣି । ତାହାର ଆଜି ନଗ୍ନଚିତ୍ର ଦେଖିବାକୁ ମିଳିଛି । ବେଗୁନିଆ ନିର୍ବାଚନ ମଣ୍ଡଳୀ ରେ ବିଜେଡି ଦୁଇ ଫାଳ ହୋଇଯାଇଛି ।

ଆଜି ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେଵଙ୍କ ଗ୍ୟାଙ୍ଗଷ୍ଟାର ଲିଙ୍କ ଓ ତାଙ୍କ ଉପରେ ଥିବା ଜନ ଅସନ୍ତୋଷରେ ବିରୋଧୀ ମାନେ ସାରୁଆ ରୁ କୁଶପଲ୍ଲା ପର୍ଯ୍ୟନ୍ତ ଏକ ରାଲିରେ ଆସି ବିଧାୟକଙ୍କ କୁସପୁତଳିକା ଦାହା କରିବାର କାର୍ଯ୍ୟକ୍ରମ ଥିଲା ।

ଅପରପକ୍ଷେ ବିଧାୟକଙ୍କ ସପକ୍ଷରେ ବି ଏକ ରାଲି ହେବାର ଥିଲା ଏନେଇ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦେଖି ପୋଲିସ ୧୪୪ ଧାରା ଜାରୀ କରିଥିଲା । କିନ୍ତୁ କୁଶପଲ୍ଲା ଠାରେ ବିରୋଧୀ ମାନେ ଏକ ସଭାର ଆୟୋଜନ କରିଥିଲେ ସେହି ସଭା ସ୍ଥଳରେ ବିଧାୟକ ପ୍ରଶାନ୍ତ ଜଗଦେଵ ପହଞ୍ଚି ବିରୋଧୀ ଗୋଷ୍ଠିଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ । ସେହିପରି ବିରୋଧୀ ଗୋଷ୍ଠି ମଧ୍ୟ ବିଧାୟକ ଙ୍କୁ ଗାଳି କରି ତାଙ୍କ ଉପରକୁ ପାଣି ପାଉଚ ଓ ଚେୟାର ଫିଙ୍ଗିବା ସହ ମାଡ଼ମାରିଥିବା ଶୁଣିବାକୁ ମିଳୁଛି । ବିଧାୟକଙ୍କ ସମର୍ଥକଙ୍କ ମାଡରେ ଜଣେ ପୂର୍ବତନ ସରପଞ୍ଚଙ୍କ ହାତ ଭାଙ୍ଗି ଯାଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରିବା ସହ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଛି ।

ବିଧାୟକଙ୍କ ବିରୁଦ୍ଧରେ ଜନ ଅସନ୍ତୋଷ କେବଳ ତାଙ୍କ ନିର୍ବାଚନ ମଣ୍ଡଳୀ ନୁହେଁ ବରଂ ପୂର୍ବରୁ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନ ନିକଟରେ ମଧ୍ୟ ଦେଖିବାକୁ ମିଳିଥିଲା ।

Leave a comment