୨୦୨୩ ପର୍ଯ୍ୟନ୍ତ ୱାର୍କ ଫର୍ମ ହୋମ କରିପାରିବେ ଆଇଟି କମ୍ପାନୀ କର୍ମଚାରୀ; କେନ୍ଦ୍ର ସରକାରଙ୍କ ମିଳିଲା ଅନୁମତି
ଆଇଟି ସେକ୍ଟର ସମ୍ପର୍କିତ କର୍ମଚାରୀଙ୍କ ପାଇଁ ବଡ ଖୁସି ଖବର। ଯେଉଁ କର୍ମଚାରୀ କରୋନା କାଳରେ ଆଇଟି କମ୍ପାନୀ ପାଇଁ ଘରୁ କାମ କରୁଛନ୍ତି। ଏବେ ତାଙ୍କୁ ଆଗାମୀ ବର୍ଷ ୨୦୨୩ ପର୍ଯ୍ୟନ୍ତ ଘରୁ କାମ କରିବା ପାଇଁ ଅନୁମତି ମିଳିଛି। କେନ୍ଦ୍ର ସରକାର ସ୍ପେଶାଲ ଇକୋନୋମିକ୍ ଜୋନ୍ସ ଏସଇଜେଡ୍ ନିୟମରେ ସଂଶୋଧନ କରିସାରିଛନ୍ତି।
ଏହାପରେ ଥିବା ଆଇଟି ୟୁନିଟ୍ସର କର୍ମଚାରୀଙ୍କୁ ଡିସେମ୍ବର ଅର୍ଥାତ ଏସ୍ଇଜେଡ୍ ନିୟମରେ ସଂଶୋଧନ କରି ଦିଆଯାଇଛି। ଏହାପରେ ଆଇଟି ୟୁନିଟସ୍ର କର୍ମଚାରୀଙ୍କୁ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଓ୍ବାର୍କ ଫ୍ରମ୍ ହୋମ୍ ଅନୁମତି ଦିଆଯାଇଛି। ସରକାର ଏହାର ଘୋଷଣା କରିଛନ୍ତି।
କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ଏ ବିଷୟରେ ଏକ ନୋଟିଫିକେସନ୍ ଜାରି କରିଛନ୍ତି। ଯେଉଁଥିରେ କୁହାଯାଉଛି, ଏକ ୟୁନିଟ୍ ନିଜର କର୍ମଚାରୀଙ୍କୁ ଓ୍ବାର୍କଫର୍ମ ହୋମ୍ କିମ୍ବା ସ୍ପେଶାଲ ଇକୋନୋମିକ୍ ଜୋନ୍ସର ବାହାରେ କୌଣସି ସ୍ଥାନରେ କାମ କରିବାର ଅନୁମତି ଦିଆଯାଇ ପାରେ। ସରକାର ସ୍ପେଶାଲ ଇକୋନୋମିକ୍ସ ଜୋନ୍ସରେ ଆଇଟି/ଆଇଟିଇଏସ୍ ୟୁନିଟିସ୍ରେ ନିଜ କର୍ମଚାରୀଙ୍କୁ ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ କିଛି ସର୍ତ୍ତ ସହିତ ଓ୍ବାର୍କ ଫ୍ରମ୍ ହୋମ୍ର ଅନୁମତି ଦେଇଛି।
ନୋଟିଫିକେସନ୍ ଅନୁସାରେ, ଦେଶରେ ଏହି ନିଷ୍ପତ୍ତିର ଫାଇଦା ସେହି କର୍ମଚାରୀଙ୍କୁ ମିଳିବ, ଯେଉଁମାନେ ଅସ୍ଥାୟୀ ଭାବରେ ଅକ୍ଷମ,ଯିଏକି ଟ୍ରାଭେଲ କରୁଥିଲେ ଓ ଅଫିସରୁ ଦୂରରେ ରହି କାମ କରୁଥିଲେ। ଏହା ସହିତ ସେ ସମ୍ପର୍କରେ ସେଜ୍ ୟୁନିଟ୍ (SEZ Unit)ର ଓନର୍ସଙ୍କୁ ସମ୍ପର୍କିତ ଜୋନ୍ର ଡେଭଲପମେଣ୍ଟ କମିଶନରଙ୍କୁ ସୂଚନା ଦେବାକୁ ହେବ ଓ ନିଜ ସ୍ବୀକୃତି ପତ୍ର ଅନୁସାରେ ପରିସରରୁ ପରିଚାଳନା ଜାରି ରଖିବାକୁ ହେବ। ଭବିଷ୍ୟତରେ ଘରେ କାମ କରୁଥିବା ଅନୁମତିକୁ ମାଗୁଥିବା ୟୁନିଟସ୍ ଡବ୍ଲୁଏଫ୍ଏଚ୍ ଆରମ୍ଭ ହେବାର ତାରିଖ ଉପରେ କିମ୍ବା ଏହା ସମ୍ପର୍କିତ ଇମେଲରୁ ସୂଚନା ମିଳିପାରେ।
ସରକାର ନୋଟିଫିକେସନ୍ରେ କହିଛନ୍ତି, ଏହି ୟୁନିଟକୁ ସେହି କର୍ମଚାରୀଙ୍କ ଲିଷ୍ଟରେ ଜମା କରିବା ଦରକାର ନାହିଁ, ଯାହାଙ୍କୁ ଓ୍ବାର୍କଫ୍ରମ ହୋମ୍ କିମ୍ବା ଜୋନ୍ ବାହାରେ କୌଣସି ସ୍ଥାନରେ କାମ କରିବାର ଅନୁମତି ଦିଆଯାଇଛି। କିନ୍ତୁ ତାଙ୍କୁ ୟୁନିଟ୍ ଭିତରେ ଏହାର ଲିଷ୍ଟ ରଖିବାକୁ ହେବ। କମ୍ପାନୀକୁ ପ୍ରସ୍ତୁତ ହେଉଥିବା ଉତ୍ପାଦ କିମ୍ବା ସେବାରୁ ହେଉଥିବା ଏକ୍ସପର୍ଟ ରେଭିନ୍ୟୁର ଲେଖା-ଜୋଖା ରଖିବାକୁ ହେବ।