କେନ୍ଦ୍ରୀୟ ବିଦ୍ୟାଳୟ ମାନୁନି ରାଜ୍ୟ ସରକାରଙ୍କ ଖରା ଛୁଟି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିକୁ୧୫ଦିନ ହେବ ଓଡ଼ିଶାର ସମସ୍ତ ଜିଲ୍ଲାରେ ଅସହ୍ୟ ଗରମ ସାଙ୍ଗକୁ ତାତି ୪୨ଡ଼ିଗ୍ରୀ ତଳକୁ ଖସିବା ନା ଧରୁନି।ସାଧାରଣ ତ ସ୍କୁଲ ପିଲାଙ୍କ ଖରାଛୁଟି ରଜରେ ସରିବା ଠିକ ପରେ ପରେ ଖୋଲିଥାଏ। କିନ୍ତୁ ଏଥର ରାଜ୍ୟରେ ଅସହ୍ୟ ଗରମ ହେତୁ ରାଜ୍ୟସରକାର ପୂର୍ବ ନିର୍ଦ୍ଧାରିତ୧୮ତାରିଖ ବଦଳରେ ୨୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ। କିନ୍ତୁ ପାଗରେ କୌଣସି ପରିବର୍ତ୍ତନ ନହେବାରୁ ମୁଖ୍ୟମନ୍ତ୍ରୀ ପିଲା ମାନଙ୍କ ହିତ ଦୃଷ୍ଟିରୁ ଖରାଦିନ ଛୁଟି କୁ ୨୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଛୁଟି ଟି ବାସ୍ତବିକ କାହା ପାଇଁ । ଯେଉଁ ଉଦ୍ଦେଶ୍ୟ ରଖି ସରକାର ଗ୍ରୀଷ୍ମ ଅବକାଶ କୁ ବଢ଼ାଇଛନ୍ତି ତାହାର ଖୋଲା ଉଲଘଂନ ହେଉଥିବା କଥା ଏବେ ନଜରକୁ ଆସିଛି। ଅସହ୍ୟ ଗରମ ହେତୁ ରାଜ୍ୟସରକାର ଙ୍କ ନିର୍ଦ୍ଦେଶ ରେ ରାଜ୍ୟ ସରକାର ଙ୍କ ଅଧିନରେ ଥିବା ସମସ୍ତ ସ୍କୁଲ ବନ୍ଦ ଥିଲା ବେଳେ ରାଜ୍ୟ ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଯଥାରୀତି ଚାଲିଛି ଏବଂ ପିଲାମାନେ ମଧ୍ୟ ଅସହ୍ୟ ଗରମରେ ସ୍କୁଲ କୁ ମଧ୍ୟ ଯାଉଛନ୍ତି।ରାଜ୍ୟ ସରକାର ଙ୍କ ଏହି ନିୟମ କୁ କେନ୍ଦ୍ରୀୟ ବିଦ୍ୟାଳୟ ମାନିବାକୁ ପ୍ରସ୍ତୁତ ନୁହନ୍ତି।ଯାହାଫଳରେ ପିଲାମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ସେମାନେ ଅଂଶୁଘାତ ର ସମ୍ମୁଖୀନ ହେବାର ସମ୍ବବନା ସୃଷ୍ଟି ହୋଇଛି।ଏହି ଘଟଣାକୁ ନେଇ ବିରୋଧୀ ଦଳର ନେତା ନରସିଂହ ମିଶ୍ର ଉଦବେଗ ପ୍ରକାଶ କରି ଏହା ଉପରେ ମୁଖ୍ୟମନ୍ତ୍ରୀ କଣ ଅଙ୍କୁଶ ଲଗେଇବାର ଅଧିକାର ନାହିଁ ବୋଲି ପ୍ରଶ୍ନ କରିବା ସହ ସରକାର ଏହା ଉପରେ ଶୀଘ୍ର ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଛନ୍ତି।