ମି ଠୁ ଅଭିଯୋଗରେ ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ଏମ ଜେ ଆକବର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମି ଠୁ ଅଭିଯାନ ମାଧ୍ୟମରେ ସାରା ଦେଶର ଅନେକ ସେଲିବ୍ରିଟି, ରାଜନୀତି, ସାମ୍ବାଦିକ, ଚଳଚିତ୍ରଜଗତର ନାମୀ ଦାମୀ ବ୍ୟକ୍ତି ଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ସାମ୍ନାକୁ ଆସୁଥିବା ବେଳେ, ଯେବେଠୁ କେନ୍ଦ୍ର ମନ୍ତ୍ରୀ ଏମ ଜେ ଆକବର ଙ୍କ ନାମ ରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି ସେବେଠାରୁ ବିରୋଧୀ କଂଗ୍ରେସ ତାଙ୍କର ଇସ୍ତଫା ଦାବି କରୁଥିବା ବେଳେ ଆଜି ଶେଷରେ ବିରୋଧୀ ଙ୍କ ଚାପରେ କେନ୍ଦ୍ର ମନ୍ତ୍ରୀ ଏମ ଜେ ଆକବର ଇସ୍ତଫା ଦେଇଥିବା କଥା ଜଣାପଡିଛି ।ବିରୋଧୀ କଂଗ୍ରେସ ଚାପରେ କେନ୍ଦ୍ର ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ, ଏହି ମି ଠୁ ଅଭିଯାନ ମାଧ୍ୟମରେ ବିଶିଷ୍ଠ ଚିତ୍ର ଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସ ଙ୍କ ନାମରେ ନିଶା ବୋରା ଏବଂ ଅନ୍ୟ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଯତୀନ ଦାସ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ଥିଲା ବେଳେ, ସେ କେବେ ଏତେ ତଳକୁ ଖସିଯାଇପାରିବେନି ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଯେ ଏହି କିଛି ଦିନ ତଳେ ୧୦ଜଣରୁ ଅଧିକ ମହିଳା ସାମ୍ବାଦିକ କେନ୍ଦ୍ର ମନ୍ତ୍ରୀ ଏମ ଯେ ଆକବର ଙ୍କ ନାମରେ(ପୂର୍ବରୁ ଘଟିଥିବା) ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ବିଦେଶ ରୁ ଫେରିବା ପରେ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ଏହା ବିରୁଦ୍ଧରେ ଆଇନ ର ଆଶ୍ରୟ ନେବେ ବୋଲି କହି ଥିଲେ । ଆଜି ଶେଷରେ ବିରୋଧୀ ଙ୍କ ଚାପରେ କେନ୍ଦ୍ର ମନ୍ତ୍ରୀ ଆକବର ଇସ୍ତଫା ଦେଇଥିବା କଥା ଜଣାପଡିଛି ।
ଏହି ମି ଠୁ ଅଭିଯାନ ମାଧ୍ୟମରେ ସାରାଦେଶରେ ବହୁ ବିଶିଷ୍ଟ ବ୍ୟକ୍ତି ଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗର ପୃଷ୍ଠା ଲମ୍ବୁଥିବା ବେଳେ ଏହି ପୃଷ୍ଠାରେ ନାନା ପାଟେକର, ଆଲୋକ ନାଥ, ସୁଭାଷ ଘାଈ, ବିନୋଦ ଦୁଆ, କୈଳାସ ଖେର, ସାଜିଦ ଖାନ, ଚେତନ ଭଗତ, ନୱାଜ ଉଦିନ ସିଦ୍ଧିକ ନାମ ସାମ୍ନାକୁ ଆସିଥିବା ବେଳେ ଆଗକୁ କାହା ନାମ ଆସୁଛି ତାହା ଦେଖିବାକୁ ବକିରହିଲା ।