ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ ବନାଇବା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ କଲେ ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଶ୍ୱ ଏମଏସଏମଇ ଦିବସରେ ନୂଆଦିଲ୍ଲୀର ଓଡିଆ ସମାଜ ପକ୍ଷରୁ ଶନିବାର ଆୟୋଜିତ ୱେବିନାର ‘ଓଡିଶାରେ ଏମଏସଏମଇ ନିମନ୍ତେ ଆର୍ଥିକ ପ୍ୟାକେଜ୍ ଏବଂ ସୁଯୋଗ’ରେ ଭିଡିଓ କନଫରେନ୍ସିଂରେ ସାମିଲ ହୋଇ ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ ବନାଇବା ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡିଶାରେ ଏମଏସଏମଇ ସମେତ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ରର ବିକାଶ କରିବା ପାଇଁ ଅର୍ଥ, ଦକ୍ଷତା, କଂଚାମାଲ, ପରିଶ୍ରମୀ ମାନବସମ୍ବଳ, ନିଜସ୍ୱ ବଜାର ଭଳି କୌଣସି ଜିନିଷର ଅଭାବ ନାହିଁ । ଭାରତ ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ଏମଏସଏମଇ ପାଇଁ ବଡ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ଓଡିଶାର ଭିତିଭୂମି ଓ ଭୌଗଳିକ ସ୍ଥିତି ଭାରତବର୍ଷର ଅନ୍ୟ ଅଂଚଳ ତୁଳନାରେ ଭିନ୍ନ ଏବଂ ଅପୂର୍ବ ସମ୍ଭାବନାର କ୍ଷମତା ରଖୁଛି । ବିଶ୍ୱ ବାଣିଜ୍ୟ ସହ ନିଜକୁ ଯୋଡିବାରେ ଓଡିଶାରେ ପର୍ଯ୍ୟାପ୍ତ ଭିତିଭୂମି ଅଛି । ଏ ଦିଗକୁ ଲକ୍ଷ୍ୟରେ ରଖି ଓଡିଶାକୁ ନୂଆ ରାସ୍ତାରେ ନେବା ପାଇଁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ବର୍ତମାନ ପରିସ୍ଥିତିରେ ଓଡିଆ ଲୋକଙ୍କର ଅଧିକ ଭୂମିକା ରହିବା ଦରକାର । ଓଡିଶାରେ ଏମଏସଏମଇ କ୍ଷେତ୍ରରେ ସୁଯୋଗ ତିଆରି କରିବା ପାଇଁ ବିଧିବଧ ଯୋଜନା ପ୍ରସ୍ତୁତ କରାଯାଉ । ଓଡିଶା ଭଳି ରାଜ୍ୟରେ ବ୍ୟାଙ୍କର୍ସ ଏବଂ ଉଦ୍ୟୋଗୀ ମାନଙ୍କ ମଧ୍ୟରେ ଇକୋସିଷ୍ଟମ ତିଆରି କରାଯାଉ ।

Leave a comment