କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ରେ ସରକାରୀ ଅଧିକାରୀଙ୍କ ଭାଙ୍ଗିଲା ହାତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ଼ରେ ଜଣେ ସରକାରୀ ଅଧିକାରୀଙ୍କ ହାତ ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଛି । ମନ୍ତ୍ରୀ ଟୁଡୁ ଦୁଇ ସରକାରୀ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଡାକିଥିଲେ । ସେଠାରେ ସେ ଅଫିସର ମାନଙ୍କୁ ମାଡ଼ ମାରିଥିଲେ । ଫଳରେ ଣେ ଅଧିକାରୀଙ୍କ ହାତ ଭାଙ୍ଗି ଯାଇଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ ଡେପୁଟି ଡାଇରେକ୍ଟର ଅଶ୍ୱିନୀ ମଲ୍ଲିକ ଓ ଆସିଷ୍ଟାଂଟ୍ ଡାଇରେକ୍ଟର ଦେବାଶିଷ ମହାପାତ୍ରଙ୍କୁ ପାର୍ଟି ଅଫିସ ମଧ୍ୟରେ କବାଟ ବନ୍ଦ କରି ଚେୟାରରେ ମନ୍ତ୍ରୀ ଆକ୍ରମଣ କରି ହାତ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଏହା ସହିତ କେନ୍ଦ୍ରମନ୍ତ୍ରୀ ଜୀବନରୁ ମାରିଦେବା ନେଇ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ।
ମନ୍ତ୍ରୀଙ୍କ ମାଡରେ ଦେବାଶିଷଙ୍କ ହାତ ଭାଙ୍ଗି ଯାଇଛି । ଦୁଇ ଆହତ ଅଧିକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦେବାଶିଷଙ୍କୁ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳିଛି ।