କେନ୍ଦ୍ର ସରକାର ଦରମା ବଢ଼ାଇ ଖୁସିକରାଇଲେ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷରେ ବହୁ ଆନ୍ଦୋଳନ ପରେ କେନ୍ଦ୍ରସରକାରଙ୍କ ତରଫରୁ ସାରା ଦେଶରେ ଅଙ୍ଗନବାଡି, ଆଶକର୍ମୀ ଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାରିଶ୍ରମିକ ବୃଦ୍ଧିର ଘୋଷଣା କରିଛନ୍ତି । ଅଙ୍ଗନବାଡି ରେ ଯେଉଁ କର୍ମୀମାନେ ପୂର୍ବରୁ ୩୦୦୦ ଟଙ୍କା ପାଉଥିଲେ ସେମାନେ ୪୫୦୦ ଟଙ୍କା, ଏବଂ ଯେଉଁ କର୍ମୀମାନେ ୨୨୦୦ ଟଙ୍କା ପାଉଥିଲେ ସେମାନେ ୩୫୦୦ ଟଙ୍କାର ବର୍ଦ୍ଧିତ ଦରମା ପାଇବେ ବୋଲି ଆଜି ଘୋଷଣା ହୋଇଛି । ଏହା ଛଡା ଅଙ୍ଗନବାଡି ସହାୟିକା ଙ୍କ ଦରମା ୧୫୦୦ ଟଙ୍କା ରୁ ୨୨୦୦ ଟଙ୍କାକୁ ବୃଦ୍ଧି ହେବା ସହ ଆଶା କର୍ମୀମାନଙ୍କ ଦରମା ୨ଗୁଣ ବୃଦ୍ଧିହେବ କଥା ଜଣା ପଡ଼ିଛି । କେବଳ ଦରମା ବୃଦ୍ଧି ନୁହେଁ ଏହା ସହ ମୋଦି ସରକାର ଆଶାକର୍ମୀ ଓ ଅଙ୍ଗନବାଡି ସହାୟିକା ମାନଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଭଳି ସାମାଜିକ ସୁରକ୍ଷା ଯୋଜନା ରେ ମାଗଣା ସାମିଲ କରିବା ପାଇଁ ଘୋଷଣା କରିଛନ୍ତି ।ସାଧାରଣ ଇଲେକ୍ସନର ଠିକ ପୂର୍ବରୁ ଦରମା ବୃଦ୍ଧି ସରକାରଙ୍କ ଅଙ୍ଗନବାଡି କର୍ମଚାରୀଙ୍କୁ ଖୁସି କରିବା ପାଇଁ ୨୦୧୯ ଇଲେକ୍ସନ ଥୋପ ହୋଇଥିବା କଥା ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ, କେନ୍ଦ୍ର ସରକାରଙ୍କ ଏହି ଦରମା ବୃଦ୍ଧି, ଅଙ୍ଗନବାଡି ଓ ଆଶା କର୍ମୀଙ୍କ ମଧ୍ୟରେ ଖୁସି ଖେଳି ଯାଇଛି।

Leave a comment