ସିସିଟିଭି ଭାଙ୍ଗିଲେ କ୍ଷତିପୂରଣ ଦେବେ ସ୍କୁଲ କର୍ତ୍ତୃପକ୍ଷ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଟ୍ରିକ ପରୀକ୍ଷାକୁ ସ୍ୱଚ୍ଚ ଓ କପି ମୁକ୍ତ କରିବାକୁ ବିଭିନ୍ନ ସ୍କୁଲରେ ସିସିଟିଭି ଲଗାଯାଇଛି । ମାତ୍ର ଏହି ସିସିଟିଭି ଗୁଡିକ ଜାଣିଶୁଣି ଭଙ୍ଗାଯାଉଛି । ଆଗକୁ ମଧ୍ୟ ଅନେକ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭିକୁ ନଷ୍ଟ କରାଯିବାର ଆଶଙ୍କା ଥିବାରୁ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି ।

ଏହି ନୋଟିସ ଅନୁଯାୟୀ, ଯେଉଁ ସ୍କୁଲରେ ସିସିଟିଭି ନଷ୍ଟ ହୋଇଥିବା ଉପକରଣର ସମସ୍ତ ଅର୍ଥ କ୍ଷତିପୂରଣ ଆକାରରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ ଆଦାୟ କରାଯିବ । କୌଣସି ପରିସ୍ଥିତିରେ ସିସିଟିଭର ସୁଇଚ ଅଫ କରାଯିବ ନାହିଁ ବୋଲି ମଧ୍ୟ ଲେଖାଯାଇଛି । ସେହିପରି ଯଦି ଏହି ସବୁ ଘଟଣାରେ କୌଣସି ପରୀକ୍ଷାର୍ଥୀ ସମ୍ପୃକ୍ତ ଥାଆନ୍ତି ତେବେ ସେମାନଙ୍କ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରାଯିବ ନାହିଁ ।

ଅପରପକ୍ଷରେ ପରୀକ୍ଷାକୁ ତ୍ରୁଟି ଶୂନ୍ୟ କରିବାକୁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ର, ନୋଡାଲ ସେଣ୍ଟର ଓ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକୁ ଶିକ୍ଷକମାନେ ମୋବାଇଲ ନେଇ ଯିବାକୁ ମଧ୍ୟ ବାରଣ କରାଯାଇଛି ।

Leave a comment