CBSE ଘୋଷଣା କଲା ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟ ଖସଡ଼ା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟ ଖସଡ଼ା ଘୋଷଣା କରିଛି । ଦୁଇଟି ଟର୍ମରେ ଏହି ପରୀକ୍ଷା ହେବ । ୨୦୨୧-୨୨ରେ ପରୀକ୍ଷା ହେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତି ଟର୍ମରେ ୫୦ ପ୍ରତିଶତ ସିଲାବସ୍ ରହିବ । ପ୍ରତି ଟର୍ମର ଶେଷରେ ବୋର୍ଡ ଦ୍ୱାରା ପରୀକ୍ଷା କରାଯିବ ।
ଗତ ବର୍ଷ ପରି ସଂକ୍ଷିପ୍ତ ସିଲାବସ୍ ଅନୁସାରେ ଏହି ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ପାଠପଢ଼ା ବୋର୍ଡର ସିଲାବସ୍ ଆଧାରରେ ହେବ । ଗତ ମାର୍ଚ୍ଚରେ ବୋର୍ଡ ଜାରି କରିଥିବା ସିଲାବସ୍ରେ ପାଠପଢ଼ା ହେବ ବୋଲି ଜଣାପଡ଼ିଛି ।