ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ରେଜଲ୍ଟ

0

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ । cbse.nic.inରେ ରେଜଲ୍ଟ ଦେଖିପାରିବେ ଛାତ୍ରାଛାତ୍ରୀ । ଏଥର ଦ୍ବାଦଶରେ ଟର୍ମ-୧ ଓ ଟର୍ମ-୨ ପରୀକ୍ଷା ହୋଇଥିଲା । ପୂର୍ବରୁ ଟର୍ମ-୧ ରେଜଲ୍ଟ ବାହାରିଥିଲା । ଏବେ ଟର୍ମ-୨ ସହ ଫାଇନାଲ ଫଳାଫଳ ବାହାରିଛି । ପାସ ହାର ୯୨.୭୧ ପ୍ରତିଶତ ରହିଛି । ଚଳିତ ବର୍ଷ ଦେଶରେ ମୋଟ ୧୪ ଲକ୍ଷ ୫୪ ହଜାର ୩୭୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଅପରାହ୍ନ ୨ଟାରେ ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ ପାଇବ ।

Leave a comment