ଗିରଫ ହେଲେ ପି. ଚିଦାମ୍ବରମ, ଜାରି ହୋଇଥିଲା ଲୁକ ଆଉଟ ନୋଟିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗିରଫ ହେଲେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପି.ଚିଦାମ୍ବରମ । ଆସନ୍ତାକାଲି ସିବିଆଇ କୋଟରେ ହାଜିର ହେବେ ପି.ଚିଦାମ୍ବରମ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାରି କରିଥିଲା ଲୁକ ଆଉଟ ନୋଟିସ । ଦିଲ୍ଲୀ ହାଇକୋଟ ଜାମିନ ନାମଞ୍ଜୁର କରିବା ପରେ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ସୁପ୍ରିମକୋର୍ଟ ଏହାର ଶୁଣାଣି ଶୁକ୍ରବାରକୁ ଘୁଞ୍ଚାଇ ଦେଇଥିଲେ । ଯାହାକି ଚିଦାମ୍ବରମଙ୍କ ଗିରଫ ସମ୍ଭାବନା ବଢ଼ାଇ ଦେଇଥିଲା । ଶେଷରେ ଗିରଫ ହେଲେ ଚିଦାମ୍ବରମ ।

ସୂଚନା ଅନୁଯାୟୀ, ୨୦୦୭ରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ସମୟରେ ଆଇଏନଏକ୍ସ ମିଡିଆକୁ ପ୍ରାୟ ୩୦୫କୋଟି ଟଙ୍କା ବିଦେଶ ପାଣ୍ଠି ଗ୍ରହଣ କରିବା ଦିଗରେ ବେଆଇନ ଭାବେ ଏଫଆଇପିବି ମଂଜୁର ପ୍ରଦାନ କରିଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେସ ଫାଇଲ କରିଥିଲା । ପୂର୍ବରୁ ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ଏହି ମାମଲାରେ ଲାଞ୍ଚ ନେବା ଅଭିଯୋଗରେ ଗରିଫ ହୋଇଥିଲେ ।

ଆସନ୍ତା ଶୁକ୍ରବାର ସୁପ୍ରିମକୋର୍ଟ ଏହାର ଶୁଣାଣି କରିବାକୁ କହିଥିବାରୁ ସେପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ ଗିରଫ ନକରିବାକୁ ଚିଦାମ୍ବରମଙ୍କ ଓକିଲ ନିବେଦନ କରିଥିଲେ ।

ଅପରପକ୍ଷରେ ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି, ମୋଦି ସରକାର, ଇଡି ଓ ସିବିଆଇର ଦୁରୁପୋଯୋଗ କରି ଚିଦାମ୍ବରମଙ୍କ ଛବିକୁ ଖରାପ କରିବାକୁ ଚାହୁଁଛନ୍ତି । ସେହିପରି ପ୍ରିୟଙ୍କା ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି, ପରିଣାମ ଯାହା ହେଲେବି ସେ ଚିଦାମ୍ବରମଙ୍କ ସହ ଛିଡା ହୋଇଛନ୍ତି ଓ ସତ୍ୟ ପାଇଁ ତାଙ୍କ ଲଢ଼େଇ ଜାରି ରହିବ ।
 

Leave a comment