ରାଜୀବ କୁମାରଙ୍କୁ ସିବିଆଇ ଜେରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସିଲଙ୍ଗଠାରେ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ପଚରାଉଚରା କରିଥିଲା ସିବିଆଇ । ସିବିଆଇର ଅଭିଯୋଗ, ରାଜୀବ କୁମାର ସାରଦା ଚିଟଫଣ୍ଡ ମାମଲାରେ ଅଭିଯୁକ୍ତଙ୍କ ସୁରକ୍ଷା ପାଇଁ ତଥ୍ୟ ଲୁଚାଇଛନ୍ତି ।

ସୂଚନା ଅନୁଯାୟୀ, କିଛିଦିନ ତଳେ ରାଜୀବ କୁମାର କୋଲକାତା ବାସଭବନରେ ସିବିଆଇ ପ୍ରବେଶକୁ ନେଇ କୋଲକାତା ପୁଲିସ ଓ ସିବିଆଇ ଅଧିକାରୀ ମୁହାଁମୁହିଁ ହୋଇଥିଲା । ଏହାପରେ ସିବିଆଇ ଟିମକୁ ଅଟକ ରଖିଥିଲା କୋଲକାତା ପୁଲିସ । ଅପରପକ୍ଷେପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଚାନକ ସିବିଆଇ ଚଢାଉକୁ ବିରୋଧରେ କରି ଧାରଣାରେ ବସିଥିଲେ । ଏହାପରେ ସିବିଆଇ ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲା । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶ୍ରୀଯୁକ୍ତ ଗୋଗେଇ ଓ ଅନ୍ୟ ବିଚାରପତିଙ୍କ ଖଣ୍ଡପୀଠ ସିବିଆଇ, ରାଜୀବ କୁମାରଙ୍କୁ ପଚରାଉଚରା କରିପାରିବ ବୋଲି ନିର୍ଦ୍ଦେଶ ଦେବାସହ ରାଜୀବଙ୍କୁ ଗିରଫ କରିପାରିବ ନାହିଁ ବୋଲି କହିଥିଲେ ।

Leave a comment