ଫିଟୁଛି ନେତା ଓ ଗ୍ୟାଙ୍ଗଷ୍ଟାର ଗୁମର, ସିବିଆଇ ତଦନ୍ତ ପାଇଁ ସୁପାରିଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଉଠିଲା ଗ୍ୟାଙ୍ଗଷ୍ଟାର ଟିଟୋକୁ ଦିଅ ହୋଇଥିବା ପେଟ୍ରୋଲ ପମ୍ପ ପ୍ରସଙ୍ଗ। ମାନିଲା ଆଇଓସିଏଲ ପେଟ୍ରୋଲ ପମ୍ପ ଆବଣ୍ଟନରେ ରହିଛି ତ୍ରୁଟି। ଆଇଓସିଏଲ ପକ୍ଷରୁ ସିବିଆଇ ତଦନ୍ତ ପାଇଁ କରାଯାଇଛି ସୁପାରିଶ।

ଗ୍ୟାଙ୍ଗଷ୍ଟାର ଟିଟୋକୁ ପେଟ୍ରୋଲ ପମ୍ପ ଦେଲା କିଏ? ଏନେଇ ରାଜନୈତିକ ମହଲରେ ନେତା ଓ ଗ୍ୟାଙ୍ଗଷ୍ଟାର ର ସମ୍ପର୍କନେଇ ଚର୍ଚ୍ଚା ଜୋର ଧରିଛି।

ଏହାକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରେ ଆଇଓସିଏଲ ଓ ସିବିଆଇକୁ ଟାର୍ଗେଟ କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତିଯେ, ସିବିଆଇ ଏବେ ଡବଲ ରୋଲ କରୁଛି । ଗୋଟିଏ ପଟେ ରାଜନେତାଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ପଟେ ଚୋରକୁ ଧରିବା ପାଇଁ ଜାଲ ବିଛାଉଛି । ରାଜନୈତିକ ଲୋକଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଆଇଓସିଏଲ ସିବିଆଇ ତଦନ୍ତ ନିମନ୍ତେ ସୁପାରିଶ କରିଛି । ପେଟ୍ରୋଲ ପମ୍ପ ଦେବା ପୂର୍ବରୁ ଆଇଓସିଏଲ ନିଶ୍ଚୟ ଯାଞ୍ଚ କରିଥିବ । କ୍ରିମିନାଲକୁ ପେଟ୍ରୋଲ ପମ୍ପ ମିଳେନାହିଁ, କିନ୍ତୁ କେନ୍ଦ୍ରାପଡ଼ାରେ ଏହା ହୋଇଛି । ଆଇଓସିଏଲ ଅନୁସନ୍ଧାନ ନକରି ପେଟ୍ରୋଲ ପମ୍ପ କିଭଳି ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଆଇଓସିଏଲ ଭୁଲ ମାନି ସାରିଛି ବୋଲି ମଧ୍ୟ ସେ କହିଛନ୍ତି ।

Leave a comment