ମନ୍ତ୍ରୀ ଙ୍କ ପୁଅ କୁ ସିବିଆଇ ର ଜେରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦୀର୍ଘ ଦିନ ଧରି ଶିଥିଳ ପଡିଥିବା ସିବିଆଇ ତଦନ୍ତ ପୁଣି ଥରେ ଆରମ୍ଭ ହୋଇଛି। ଆଗାମୀ ନିର୍ବାଚନ କୁ ଦୃଷ୍ଟି ରେ ରଖି ଏହି ତଦନ୍ତ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁଯାୟୀ,ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବଙ୍କୁ ଚିଟ୍‌ଫଣ୍ଡ୍‌ ଲିଙ୍କରେ ସିବିଆଇର ଜେରା କରିଛି। ସିବିଆଇ କୁ ବିପ୍ଳବ ଓ ଅର୍ଥତତ୍ତ୍ୱ ସଂସ୍ଥା ମଧ୍ୟରେ ଥିବା ସମ୍ବନ୍ଧ ର ସୁରାକ ମିଳିଛି। ଏଟି ଗ୍ରୁପ ପଇସାରେ ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଥିବା ବିପ୍ଲବ ଙ୍କ ଅଫିସରେ କମ୍ପ୍ୟୁଟର୍‌ର ଲଗାଯାଇଥିବାର ଅଭିଯୋଗ ହୋଇଛି। ଏ ସମ୍ୱନ୍ଧରେ ବିପ୍ଳବଙ୍କର କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହାକୁ ଖଣ୍ଡନ କରିଛନ୍ତି।

Leave a comment