ବିଜେଡିକୁ ଘାଣ୍ଟିବାକୁ ଆସିବ ଇଡି ଓ ସିବିଆଇ
ଇଡି, ସିବିଆଇ ଦ୍ୱାରା ବାନ୍ଧିବୁ, ବିଜେଡିକୁ ଘାଣ୍ଟିବାକୁ ଆସିବ ଇଡି ଓ ସିବିଆଇ, କହିଛନ୍ତି ଜୟ ନାରାୟଣ ମିଶ୍ର
ଓଡ଼ିଶା ରେ ତଦନ୍ତ ଜୋରଦାର କରିବାକୁ ନିବେଦନ କରିବେ ୨୨ ବିଧାୟକ
୫ଟି ସଚିବ ଙ୍କ ବିରୁଦ୍ଧରେ ବଖାଣିବେ
ଭେଟିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ଗୃହ ମନ୍ତ୍ରୀ ଏବଂ ଜାତୀୟ ନିର୍ବାଚନ କମିଶନର ଙ୍କୁ
ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଆଜି ଗଣମାଧ୍ୟମ କୁ ବିବୃତ୍ତି ଦେଇ କହିଛନ୍ତି , “ବିଜେପିର ୨୨ଜଣ ବିଧାୟକ ଙ୍କ ଏକ ଟିମ ଦିଲ୍ଲୀ ଗସ୍ତ କରିବେ । ସେମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଜାତୀୟ ନିର୍ବାଚନ କମିଶନର ଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ସଂପୂର୍ଣ୍ଣ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରିବେ । ରାଷ୍ଟ୍ରପତି ଙ୍କୁ ସଚିବଙ୍କ ହସ୍ତକ୍ଷେପ ବିଷୟରେ ଜଣାଇବେ । ସେହିପରି ଅମିତ ଶାହଙ୍କୁ ଭେଟି ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି, ବିଜେପି କର୍ମୀଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ସମସ୍ତ ବିବରଣୀ ଦେବେ ବୋଲି କହିଛନ୍ତି” ।
ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ସମ୍ବିଧାନ ହିସାବରେ ସରକାର ଚାଲୁ ନାହିଁ । ପିଅନ ଠାରୁ ଆରମ୍ଭ କରି ଆଇଏଏସ ପର୍ଯ୍ୟନ୍ତ ଦଳୀୟ ଭିତ୍ତିରେ କାମ କରୁଛନ୍ତି । ତେଣୁ କେନ୍ଦ୍ର ସରକାର ଙ୍କୁ ଏ ସଂପର୍କରେ ସ୍ମାରକ ପତ୍ର ପ୍ରଦାନ କରିବେ । ଓଡ଼ିଶାରେ ସରକାରୀ ସ୍ତରରେ ବ୍ୟାପକ ଦୁର୍ନୀତି ହେଉଛି । ତେବେ ଓଡ଼ିଶାକୁ କାହିଁକି ଇଡି ଓ ସିବିଆଇ ଆସୁନାହିଁ । ଓଡ଼ିଶାକୁ ଇଡି ଓ ସିବିଆଇ ଆସନ୍ତୁ ବୋଲି ପ୍ରମୁଖ ଦାବି ନେଇ ବିଜେପି ବିଧାୟକ ମାନେ କେନ୍ଦ୍ର ସରକାରଙ୍କୁ ଭେଟିବେ ବୋଲି କହିଛନ୍ତି ଶ୍ରୀ ମିଶ୍ର ।