ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନାଁରେ ଥାନାରେ ଏତଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ସ୍ବାସ୍ଥ୍ୟମନ୍ତ୍ରୀ ତଥା ସାଲେପୁର ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଗୁରୁବାର ଏତଲା ଦିଆଯାଇଛି । ବୁଧବାର ସାଲେପୁରଠାରେ ଆୟୋଜିତ ସାଧାରଣ ସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ଯୋଗଦେଇ ବିଜେଡିକୁ ଭୋଟ ଦେବାକୁ ଲୋକମାନଙ୍କୁ ଟଙ୍କା ପ୍ରଲୋଭନ ଦେଖାଇଥିଲେ । ଏପରିକି ପଞ୍ଚାୟତ ପିଛା ୩୫ଲକ୍ଷ ଓ ବୁଥ୍‌ ପିଛା  ୧୫ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି କହିଥିଲେ । ଏହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି । ତେଣୁ ବିଜେଡି ପକ୍ଷରୁ ଏଥର ନିର୍ବାଚନରେ ପ୍ରତାପଙ୍କୁ ଟିକେଟ ନଦେବା ପାଇଁ ବିଜେପି କହିଛି । ଏଥିସହ ସାଲେପୁର ବ୍ଲକ ସଭାପତି ଆଜି ଏ ନେଇ ଥାନାରେ ଏକ ଏତଲା ଦେଇଛନ୍ତି । ଏଥିସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଉପସଭାପତି ସମୀର ମହାନ୍ତି କହିଛନ୍ତି ଏଥର ଭୋଟ ପାଇବା ଭୟ ଥିବାରୁ ବିଜେଡି ଭୋଟ ପାଇଁ ଭୋଟରଙ୍କୁ ଲାଞ୍ଚ ଯାଚିବା ଭଳି ଅପଚେଷ୍ଟା କରୁଛି ।

ସେପଟେ ପ୍ରତାପ ଏଭଳି ଟଙ୍କା ବାଣ୍ଟିବା କଥା କହିବାକୁ ବିରୋଧ କରିଛି କଂଗ୍ରେସ । ରାଜ୍ୟ କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟ ନାୟକ କହିଛନ୍ତି, ପ୍ରତାପଙ୍କ ଭଳି ନେତାଙ୍କୁ ନିର୍ବାଚନରୁ ବାସନ୍ଦ କରାଯିବା ଆବଶ୍ୟକ। 

Leave a comment