ମହଙ୍ଗା ପଡିଲା ଚାକିରୀ ନେଇଯିବା ଧମକ ଏଡିଜି ଝିଅ ବିରୋଧରେ ମାମଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷରେ ମହଙ୍ଗା ପଡିଲା କାର୍ଯ୍ୟରତ ଟ୍ରାଫିକ ମହିଳା କନେଷ୍ଟବଳ ଙ୍କୁ ଆଡିସିନାଲ ଡିଜି ପ୍ରାଣବନ୍ଧୁ ଆଚାର୍ଯ୍ୟ ଙ୍କ ଝିଅ ର ଦୁର୍ବ୍ୟବହାର ଓ ଚାକିରୀ ନେଇଯିବା ଧମକ । ନ୍ୟୁଜ ପ୍ରଭାବରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଲା । ଘଟଣାର ଏତେ ସମୟ ବିତିଲା ପରେ ଆଜି ମହିଳା ଟ୍ରାଫିକ କନେଷ୍ଟବଳ କ୍ୟାପିଟାଲ ଥାନାକୁ ଯାଇ ଏତଲା ଦେବାପରେ ରିପୋର୍ଟ ଅନୁସାରେ ମାମଲା ରାଜୁ କଲା ପୋଲିସ । ରିପୋର୍ଟ କୁ ଭିତ୍ତିକରି ପୋଲିସ ଏଡିଜି ଙ୍କ ଝିଅ ବିପକ୍ଷରେ ୩୨୬/୧୮ ନମ୍ବର କେସ ରଜୁ କରିବା ସହ ୩୪୧, ୨୯୪, ୩୫୩ ଓ ୩୪ ଦଫା ରେ ମାମଲା ରୁଜୁ କରିଛି । ସିସି ଟିଭି ଯାଞ୍ଚ କରି ଏହି ଘଟଣା ର ଅଧିକ ତଦନ୍ତ ଚଳାଇଛି ।

କାଲି ଘଟିଯାଇଥିବା ମହିଳା ଟ୍ରାଫିକ କନେଷ୍ଟବଳ ଙ୍କୁ ଏଡିଜି ଙ୍କ ଝିଅ ର ଦୁର୍ବ୍ୟବହାର କୁ ସହରାଞ୍ଚଳ ପୋଲିସ ଜିଲ୍ଲା ସଙ୍ଘ ଓ ଭୁବନେଶ୍ୱର ସାମ୍ବାଦିକ ସଂଘ ତରଫରୁ ତୀବ୍ର ନିନ୍ଦା କରାଯାଇଥିଲା । କେବଳ ମାମଲା ରୁଜୁ କରି ପୋଲିସ ଚୁପ ରହିବ ନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଲା ।

Leave a comment