ଅଡୁଆରେ କମେଡି କିଙ୍ଗ କପିଲ
ପୁଣିଥରେ ଅଡୁଆରେ ବଲିଉଡର କମେଡି କିଙ୍ଗ କପିଲ ଶର୍ମା । କପିଲଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚାରେ କପିଲ ଶର୍ମା।
ସୂଚନାଯୋଗ୍ୟ ଯେ, କିଛି ଦିନ ହେବ ନିଜ ଟିମ୍ ସହ କାନାଡ଼ାରେ ଅଛନ୍ତି କପିଲ । ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ କପିଲ ଏବେ ଏକ ବଡ଼ ସମସ୍ୟାରେ ଫସି ଯାଇଛନ୍ତି । କପିଲଙ୍କ ନାଁରେ ରୁଜୁ କରାଯାଇଛି ଏକ ସଂଘାତିକ ମାମଲା । ଆମେରିକାର ଜଣେ ଜଣାଶୁଣା ପ୍ରଯୋଜକ ଅମିତ ଜେଟଲୀ କପିଲଙ୍କ ନାଁରେ ଚୁକ୍ତି ଭଙ୍ଗ ଅଭିଯୋଗରେ ମାମଲା ଦାୟର କରିଛନ୍ତି । ଅରୁଣଙ୍କ ଅଭିଯୋଗ ଅନୁଯାୟୀ, କପିଲ ଆମେରିକାର ୬ଟି ଜାଗାରେ ତାଙ୍କ ଶୋ’ ଦେଖାଇବାକୁ କଣ୍ଟ୍ରାକ୍ଟ ସାଇନ କରିଥିଲେ, ହେଲେ ସେ ୬ଟି ସ୍ଥାନ ବଦଳରେ ୫ଟି ସ୍ଥାନରେ ଶୋ’ କରିଥିଲେ ।
ତେବେ କପିଲ କରି ନଥିବା ସେହି ଗୋଟିଏ ଶୋ’ର କ୍ଷତିପୂରଣ ଦେବେ ବୋଲି ତାଙ୍କୁ କଥା ଦେଇଥିଲେ ବୋଲି କହିଛନ୍ତି ଅରୁଣ । କିନ୍ତୁ ହେଲେ ପରେ ସେ ଏହା ବଦଳରେ କୌଣସି ଶୋ’ ପ୍ରଦର୍ଶନ ନାହାଁନ୍ତି ନାହାନ୍ତି । ସେପଟେ କୋର୍ଟଙ୍କ ଆଗରେ ଅନେକ ଥର ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କପିଲ କୌଣସି ପ୍ରତିକ୍ରିୟା ମଧ୍ୟ କରିନାହାନ୍ତି ବୋଲି ଅମିତ ଅଭିଯୋଗ କରିଛନ୍ତି ।