ସାବଧାନ ସଞ୍ଚିତ ଟଙ୍କା ନେଇଯିବେ ସରକାର!!

0

ଓଡିଶା ଫାଷ୍ଟ(ବ୍ୟୁରୋ): ସାରା ଦେଶ ଓ ରାଜ୍ୟରେ ପ୍ରାୟତଃ ATM ଖାଁ ଖାଁ । ନିଜ ସଞ୍ଚିତ ଟଙ୍କା ଉଠାଇବା ପାଇଁ ଘୁରି ବୁଲୁଛନ୍ତି ATM ରୁ ATM। ପ୍ରକୃତରେ ଏଠାରେ ବାସ୍ତବିକ ଚିତ୍ର ହେଉଛି କେନ୍ଦ୍ର ସରକାର ଯେଉଁ FRDI ବିଲ ଆଣିବାକୁ ଯାଉଛନ୍ତି ଏହା ତାର ପ୍ରତିଫଳ ବୋଲି ଚର୍ଚ୍ଚା ହେଉଛି । ଯଦି ଏହି ବିଲ ଶୀତ ଅଧିବେଶନର ଆଗତ ହୋଇ ପାରିତ ହୁଏ ତାହାଲେ ବିଲର ବିଧି ବ୍ୟବସ୍ଥା ଅନୁସାରେ ଯଦି ବ୍ୟାଙ୍କଟି ଦେବାଳିଆ ହୋଇଯାଏ ତେବେ ସାଧାରଣ ଲୋକଙ୍କ ନିଜ ସ୍ଥାୟୀ ଜମାରାଶି ସମ୍ପୃକ୍ତ ବ୍ୟାଙ୍କରୁ ଫେରି ପାଇବାକୁ ଅସମର୍ଥ ହେବେ।ସାଧାରଣ ଲୋକଙ୍କ ସ୍ୱଅର୍ଜିତ ଜମାରାଶି ରେ ବ୍ୟାଙ୍କର କ୍ଷତିକୁ ଭରଣା କରାଯିବ।

ଆଜ୍ଞା ଏ କି ବିଚାର। ଦେଶସାରା ସାଧାରଣରେ ଚର୍ଚ୍ଚା ଚାଲିଛିଯେ କେନ୍ଦ୍ରସରକାର ପରୋକ୍ଷରେ ମୋଦି ଜି ଜଣେ ଜଣେ ଲୁଟେରା ଯଥା ନିରବ ମୋଦି,ମେହୁଲ ଚୋକ୍ସି ,ବିଜୟ ମାଲ୍ୟା, ଲଳିତ ମୋଦି ଭଳି ଲୋକଙ୍କୁ ଦେଶର ସାଧାରଣ ଜନତାଙ୍କ ଝାଳବୁହା ଅର୍ଥ ରେ ଚାଲୁଥିବା ରାଷ୍ଟ୍ରାୟତ ବ୍ୟାଙ୍କ ର ଅର୍ଦ୍ଧାଧିକ ପୁଞ୍ଜି କୁ ଆତ୍ମସାତ କରି ଫେରର ହେବାରେ ସାହାଯ୍ୟ କରିବେ ଆଉ ବିଦେଶରେ ଅୟସ କରିବାକୁ ସୁଯୋଗ ଦେବେ ଆଉ ଅନ୍ୟପଟେ FRDI ଭଳି ଜନ ବିରୋଧୀ ବିଲ ଆଣି ବ୍ୟାଙ୍କ କୁ ଦେବାଳିଆ ଘୋଷଣା କରି ସାଧାରଣଲୋକଙ୍କ ପଇସାରେ ବ୍ୟାଙ୍କର କ୍ଷତିକୁ ଭରଣା କରିବେ। ବାସ୍ତବିକ ଏହି କାରଣରୁ ଦେଶର ଲୋକମାନେ ନିଜ ସଞ୍ଚିତ ଅର୍ଥର ସୁଧ ବରଂ ନମିଳୁ କିନ୍ତୁ ମୂଳ ଜମା ନଯାଉ ଭାବି ନିଜର ଜମା ଅର୍ଥକୁ ବ୍ୟାଙ୍କରୁ ନେଇଆସିବା ଫଳରେ ଦେଶର ବ୍ୟାଙ୍କ ଗୁଡିକରେ ନଗଦ ଅର୍ଥର ଘୋର ଅଭାବ ଦେଖାଯାଇଛି।ଯାହାକୁ ନେଇ ଦେଶସାରା ଅଘୋଷିତ ଆର୍ଥିକ ଏମରଜେନ୍ସି ଚାଲିଥିବାବେଳେ କେନ୍ଦ୍ରସରକାର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ କରି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ଟୁଇଟର ମାଧ୍ୟମରେ ଜଣାଇଛନ୍ତିଯେ ଦେଶର ଟଙ୍କା ଚାହିଦା ବଢିଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଏହି ସମସ୍ୟା ଶୀଘ୍ର ଦୂର ହୋଇଯିବ ବୋଲି ଜଣାଇଛନ୍ତି। ଏ ସମସ୍ତ ଘଟଣା କୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ତରଫରୁ ATM ନଗଦ ଟଙ୍କାର ସ୍ଥିତିକୁ ସମୀକ୍ଷା କରିବା ସଂଗେ ସଂଗେ ଦେଶର ୮୦%ATM ରୁ ଟଙ୍କା ବାହାରୁଛି ବୋଲି କୁହାଯାଇଛି।ପ୍ରକୃତ ସ୍ଥିତି କେବେ ସୁଧୁରୁଛି ତାହା କେବଳ ଦେଖିବାକୁ ବାକି ରହିଲା। ATM ରେ ଟଙ୍କା ନଥିବାରୁ ଏନେଇ ଆଜି ବିଧାନସଭା ରେ ମଧ୍ୟ ହୋହଲ୍ଲା ହୋଇଥିଲା।

Leave a comment