ଶରଧାବାଲିରେ ପହଞ୍ଚିଲା ତାଳଧ୍ୱଜ: ଅଧାରେ ରହିଲା ଦର୍ପଦଳନ ଓ ନନ୍ଦିଘୋଷ
ଗୁଣ୍ଡିଚା ମନ୍ଦିରରେ ପହଞ୍ଚିପାରିଲାନି ମା ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କ ରଥ। କେବଳ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚି ପାରିଥିବା ବେଳେ ଦର୍ପଦଳନ ଓ ନନ୍ଦିଘୋଷ ଅଧାବାଟରେ ଅଟକି ରହିଛନ୍ତି। ରାତି ହୋଇଯିବା କାରଣରୁ ଆଜିପାଇଁ ରଥଟଣା ବନ୍ଦ କରଯାଇଛି। କାଲି ଦୁଇ ରଥକୁ ଟାଣିନେଇ ଶରଧାବାଲିରେ ଲଗାଯିବ। ଏହାପରେ ଚତୁର୍ଦ୍ଧାମୂରତୀ ଜନ୍ମବେଦୀକୁ ବିଜେ କରିବେ। ଆଜି ତିନି ରଥରେ ଶ୍ରିଜୀଉମାନଙ୍କ ନୀତିକାନ୍ତି ଶେଷ କରାଯିବ।
ଆଜି ପ୍ରଶାସନ ପକ୍ଷରୁ ରଥଟଣା କାମ ୪ଟାରୁ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଠାକୁରଙ୍କ ବିଭିନ୍ନ ନୀତିନିର୍ଘଣ୍ଟ ଆଗୁଆ ଶେଷ ହୋଇଯାଇଥିବାରୁ ଅପରାହ୍ଣ ୩ଟା ୪ ମିନିଟରେ ରଥଟଣା ଆରମ୍ଭ ହୋଇଯାଇଥିଲା। ପ୍ରଥମେ ବଡ଼ ଭାଇ ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଥିଲା। ଏହାପରେ ୩ଟା ୫୫ ମିନିଟରେ ଦର୍ପଦଳନକୁ ଟାଣାଯାଇଥିଲା। ଏହାପରେ ଅପରାହ୍ଣ ୪ଟା ୫୦ରେ ନନ୍ଦିଘୋଷ ରଥକୁ ଭକ୍ତମାନେ ଶରଧାବାଲି ଅଭିମୁଖେ ଟାଣି ନେଇଥିଲେ। ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡୁଥିଲା। ଲକ୍ଷ ଲକ୍ଷ ଲୋକଙ୍କ ଗହଣରେ ୩ ରଥ ଗଡିଥିଲା। ସନ୍ଧ୍ୟା ସୁଦ୍ଧା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚି ଯାଇଥିଲା। କିନ୍ତୁ ସୁଭଦ୍ରାଙ୍କ ଦର୍ପଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ଅଧାବାଟରେ ଅଟକି ରହିଛି।
ମା ସୁଭଦ୍ରାଙ୍କ ଦେବ ଦଳନ ରଥ ଗୁଣ୍ଡିଚାମନ୍ଦିର ଓ ବଡ଼ଶଙ୍ଖ ମଧ୍ୟଭାଗରେ ଅଟକିଛି । ବଳଗଣ୍ଡି ଛକ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟକିରହିଛି । ରାତି ହୋଇଯିବାରୁ ରଥଟଣା ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ପୁଣି ରଥଟଣା ଯିବ ।